Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

କୋଲକାତାରେ ଅବୈଧ କଲ୍‌ ସେଣ୍ଟରରେ ରେଡ୍‌: ଜବତ ହେଲା ନଗଦ ୪ କୋଟି, ଦାମୀ କାର୍‌, ୪୦୦ କମ୍ପ୍ୟୁଟର…

8/03/2023 at 10:57 PM

ନୂଆଦିଲ୍ଲୀ, ୦୮/୦୩: ପଶ୍ଚିମବଙ୍ଗ ବିଧାନନଗରରେ ଅବୈଧ କଲ୍‌ ସେଣ୍ଟର ବିରୋଧରେ ପୋଲିସ୍‌ ବଡ଼ କାର୍ଯ୍ୟାନୁଷ୍ଠାନ । ଅବୈଧ କଲ୍ ସେଣ୍ଟରରେ ପୋଲିସ ରେଡ୍‌ରୁ ୪ କୋଟି ଟଙ୍କାର ନଗଦ ସହ ଦାମୀ କାର୍‌, ଗହଣା, ଘଣ୍ଟା ଏବଂ ପ୍ରାୟ ୪୦୦ କମ୍ପ୍ୟୁଟର ଜବତ ହୋଇଛି। ବିଧାନନଗର ପୋଲିସର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ମାମଲାରେ ୬ ଜଣକୁ ଗିରଫ କରାଯାଇଛି। ଏବେବି ଯାଞ୍ଚ ଜାରି ରହିଛି।

ପୋଲିସ୍‌ କହିଛି ଯେ ୨ ମାର୍ଚ୍ଚ କୋଲକାତାର ନ୍ୟୁ ଟାଉନରେ ନିୟମିତ ଚେକିଂ ସମୟରେ ୪ ଜଣକୁ ଗିରଫ କରାଯାଇଥିଲା। ଏହି ଅଭିଯୁକ୍ତମାନେ ପୋଲିସକୁ ଲିଲୁଆ ସ୍ଥିତ ଏକ ଫ୍ଲାଟ୍‌କୁ ନେଇଯାଇଥିଲେ, ଯେଉଁଠାରୁ ଆଉ ୨ ଜଣକୁ ଗିରଫ କରିଛି। ପୋଲିସ୍‌ ଅଧିକାରୀ କହିଛନ୍ତି ଏଠାରୁ ୬ ଦାମୀ କାର୍‌, ୧୩ ଲକ୍ଷ ନଗଦ ଟଙ୍କା ଏବଂ ଆହୁରି ଅନେକ ଦସ୍ତାବିଜ୍ ଜବତ ହୋଇଥିଲା।

ପଚରା ଉଚରାରୁ ଜଣାପଡ଼ିଥିଲା ଏମାନେ ୮ ରୁ ୧୦ କଲ୍ ସେଣ୍ଟର ଚଳାଉଥିଲେ। ଏମାନେ ଏହି ଅବୈଧ କଲ୍‌ ସେଣ୍ଟର୍‌ ଦ୍ବାରା ବିଦେଶୀ ଗ୍ରାହକଙ୍କ ସହ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଠକୁଥିଲେ। ସେହିପରି ନ୍ୟୁ ଟାଉନ୍ ସ୍ଥିତ ୨ ଫ୍ଳାଟରୁ ପ୍ରାୟ ୩.୮୨ କୋଟି ଟଙ୍କା ନଗଦ ମିଳିଥିଲା। ଏପର୍ଯ୍ୟନ୍ତ ଜବତ ହୋଇଥିବା ନଗଦର ଟଙ୍କା ପ୍ରାୟ ୪ କୋଟି ହୋଇଥିବା ନେଇ କହିଛନ୍ତି ପୋଲିସ୍‌ ଅଧିକାରୀ। ଜବତ ହୋଇଥିବା କାର୍‌ରେ ୨ ଟି ଜାଗୁଆର ଏବଂ ଲ୍ୟାଣ୍ଡ ରୋଭର ରହିଛି।

   Related Posts