ଅବକାରୀ ଚଢ଼ଉ: ୩୬୦ ଲିଟର ଦେଶୀ ମଦ ଜବତ; ଜଣେ ଗିରଫ

Published By : Prameya-News7 Bureau | February 25, 2023 IST

ଦେବଗଡ଼ ୨୫/୦୨: ଶନିବାର ଅବକାରୀ ବିଭାଗ ଚଢ଼ଉରେ ୩୬୦ ଲିଟର ଦେଶୀ ମଦ ଜବତ ହୋଇଛି। ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ତଅଁଳା ସାହିରେ ମଦ କାରବାର ଖବର ପାଇ ଅବକାରୀ ବିଭାଗ କ୍ଷୀତେଶ୍ୱର ବେହେରାଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ବହୁ ପଲିଥିନ୍‌ରେ ଦେଶୀ ମହଜୁଦ ଥିବା ଦେଖିବାକୁ ମିଳିଥିଲା।

{"id":750797,"width":695,"height":556,"sizeSlug":"full","linkDestination":"none"}

ଅବକାରୀ ବିଭାଗ ପକ୍ଷରୁ ସେଠାରେ ଥିବା ମୋଟ୍‌ ୩୬୦ ଲିଟର୍‌ ମଦ ଜବତ କରାଯାଇଛି। ଅଭିଯୁକ୍ତ କ୍ଷୀତେଶ୍ୱରକୁ ଗିରଫ କରି ପଚରାଉଚୁରା କରାଯାଉଛି। ଜବତ ମଦ କେଉଁ ସ୍ଥାନରୁ ଅଣାଯାଇଥିଲା ସେନେଇ ଅଧିକ ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.