ପ୍ରେଗନେନ୍ସି ମଧ୍ୟରେ ନିର୍ବନ୍ଧ କଲେ ଇଲିଆନା, ଫଟୋ ସେୟାର କରି ପ୍ଲାଣ୍ଟ କଲେ ରିଙ୍ଗ୍‌

Published By : Prameya-News7 Bureau | June 03, 2023 IST

ମୁମ୍ଵାଇ ୦୩।୦୬: ବଲିଉଡ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ । ବର୍ତ୍ତମାନ ସେ ତାଙ୍କ ପ୍ରେଗନେନ୍ସି ଖବର ପରେ ସିକ୍ରେଟ୍‌ ନିର୍ବନ୍ଧକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଅଛନ୍ତି। ତାଙ୍କ ମିଷ୍ଟ୍ରିମ୍ୟାନ ସହ ଜଡିତ ହେବାର ଖବର ମଧ୍ୟରେ ଇଲିଆନା ଡି’କ୍ରୁଜ ଇଣ୍ଟରନେଟରେ ନୂଆ ଫଟୋ ସେୟାର କରିଛନ୍ତି। ଅଭିନେତ୍ରୀଙ୍କ ନୂଆ ଫଟୋ ପ୍ରଶଂସକଙ୍କ ମଧ୍ୟରେ ଆଲୋଚନା ସୃଷ୍ଟି କରିଛି। ହଁ ... ଇଲିଆନା ଡି’କ୍ରୁଜ୍ ବେବିମୁନ୍‌ର ଫଟୋ ଗୁଡ଼ିକରେ ମିଷ୍ଟ୍ରି ମ୍ୟାନ୍‌ ସହ ତାଙ୍କର ଏନଗେଜ୍‌ମେଣ୍ଟ ରିଙ୍ଗ୍‌ ପ୍ଲାଣ୍ଟ କରିଛନ୍ତି।  

ଗର୍ଭଧାରଣ ସମୟକୁ ଉପଭୋଗ କରିବାକୁ ଇଲିଆନା ଡି’କ୍ରୁଜ୍ ଛୁଟିରେ ଯାଇଛନ୍ତି । ଏହି ଅଭିନେତ୍ରୀ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ବେବିମୁନର ଫଟୋ ସେୟାର କରୁଛନ୍ତି । ଏହି ମଧ୍ୟରେ ଅଭିନେତ୍ରୀ ଇନଷ୍ଟାଗ୍ରାମ ଷ୍ଟୋରୀରେ ନୂଆ ଫଟୋ ପୋଷ୍ଟ କରିଛନ୍ତି। ଗୋଟିଏ ଫଟୋରେ ଅଭିନେତ୍ରୀ ସୁଇମିଂ ପୁଲ ପାର୍ଶ୍ୱରେ ବସିଥିବା ସମୟରେ ଫଟୋକୁ କ୍ଲିକ୍ କରିଛନ୍ତି । ଦ୍ୱିତୀୟ ଫଟୋରେ ଇଲିଆନା ଏକ ସେଲଫି ସେୟାର କରିଛନ୍ତି, ଯେଉଁଠାରେ ସେ ହଳଦିଆ ରଙ୍ଗର ବିକିନି ପିନ୍ଧିଥିବାର ନଜର ଆସିଛନ୍ତି।

Mommy-To-Be Ileana D'Cruz Shares A Glimpse Of Her Boyfriend On Her  Babymoon, Don't Miss Their Rings

ଇଲିଆନା ଡି’କ୍ରୁଜ୍ ଗୋଟିଏ ଦିନ ପୂର୍ବରୁ ତାଙ୍କ ଛୁଟିଦିନରୁ କିଛି ଫଟୋ ସେୟାର କରିଥିଲେ। ଯେଉଁଥିରୁ ଗୋଟିଏ ଫଟୋରେ ଦୁଇଟି ହାତ ଦୃଶ୍ୟମାନ ହେଉଥିଲା । ମିଷ୍ଟ୍ରିମ୍ୟାନଙ୍କ ସହ ହାତରେ ରିଙ୍ଗ ପିନ୍ଧିଥିବାର ନଜର ଆସିଥିଲେ। ଇଲିଆନା ଏହି ଫଟୋରେ କ୍ୟାପସନ୍ ଦେଇଛନ୍ତି - 'ମୋର ରୋମାନ୍ସର ଆଇଡିଆ - ମୁଁ ତାଙ୍କୁ ଶାନ୍ତିରେ ଖାଇବାକୁ ଦେଇ ପାରିବି ନାହିଁ' । ଇଲିଆନା ଡି’କ୍ରୁଜ୍ ଏଗେଜମେଣ୍ଟ୍ର ଏହି ଫଟୋ ଭାଇରାଲ ହେବା ପରେ ନେଟ୍‌ଜେନ୍‌ମାନେ ଅନୁମାନ କରିବା ଆରମ୍ଭ କରି ଦେଇଛନ୍ତି । ଅଭିନେତ୍ରୀ ଜଣକ ତାଙ୍କ ପ୍ରେମିକ ସହିତ ଗୁପ୍ତରେ ବିବାହ ନିର୍ବନ୍ଧ କରି ସାରିଛନ୍ତି। ହେଲେ ଇଲିଆନା ଡି’କ୍ରୁଜଙ୍କ ପ୍ରେମିକା କିଏ, ତାହା ଏବେ ଯାଏଁ ରହସ୍ୟ ହୋଇ ରହିଛି।

You Can Read :

wp:embed {"url":"https://www.prameyanews7.com/zaheer-iqbal-says-i-love-you-to-sonakshi-sinha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/zaheer-iqbal-says-i-love-you-to-sonakshi-sinha/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.