କ୍ୟାଟ୍ରିନାଙ୍କ ଭାଉଜ ହେବେ ଇଲିଆନା ଡି’କ୍ରୁଜ୍‌ ! ସେବେଷ୍ଟିଆନଙ୍କୁ କରୁଛନ୍ତି ଡେଟ୍‌

Published By : Prameya-News7 Bureau | July 18, 2022 IST

ମୁମ୍ବାଇ ୧୮।୦୭: ନିକଟରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ତାଙ୍କର ୩୯ ତମ ଜନ୍ମଦିନ ପାଳନ କରିଛନ୍ତି। କ୍ୟାଟ୍ରିନାଙ୍କ ଜନ୍ମଦିନରେ ସେ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ମାଲଦ୍ୱୀପରେ ଛୁଟି କାଟୁଥିବାର ଦେଖିବାକୁ ମିଳିଥିଲା। ଭାଇରାଲ ଫଟୋରେ କ୍ୟାଟ୍ରିନା ତାଙ୍କ ସ୍ୱାମୀ ତଥା ଅଭିନେତା ବିକି, ସନ୍ନି  କୌଶଲ, ମିନି ମଥୁର, ଭାଇ ସେବାଷ୍ଟିଆନ, ଆନନ୍ଦ ତିୱାରୀ ଏବଂ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ନଜର ଆସିଥିଲେ। ହେଲେ ବର୍ତ୍ତମାନ ଏହି ଫଟୋରୁ ନୂଆ ଖବର ଶୁଣିବାକୁ ମିଳୁଛି । ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି ।

wp:html
/wp:html

ନିକଟରେ କ୍ୟାଟ୍ରିନାଙ୍କ ଭାଇ ସେବାଷ୍ଟିଆନ୍ ଏବଂ ଇଲିଆନାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି କି ଗତ ୬ ମାସ ହେବ ଉଭୟ ପରସ୍ପର ସହ ସମ୍ପର୍କ ଅଛନ୍ତି। କହିବାକୁ ଗଲେ କ୍ୟାଟ୍ରିନାଙ୍କ ଭାଇ ସେବାଷ୍ଟିଆନ୍ ବ୍ରିଟେନର ଜଣେ ମଡେଲ। ଇ-ଟାଇମ୍ସର ରିପୋର୍ଟ ଅନୁଯାୟୀ କୁହାଯାଇଛି କି ସେବାଷ୍ଟିଆନ୍ ଏବଂ ଇଲିଆନା କେବଳ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ ମଧ୍ୟ କରୁଛନ୍ତି । ବାନ୍ଦ୍ରାସ୍ଥିତ କ୍ୟାଟ୍ରିନାଙ୍କ ପୁରୁଣା ଘରେ ଏକାଠି ସମୟ ବିତାଉଛନ୍ତି। ଏହି ସବୁ ଖବର ସାମ୍ନାକୁ ଆସିବା ପରେ, ନା ନା କଳ୍ପନା କରାଯାଉଛି ।  

ପୂର୍ବରୁ ଇଲିଆନା  ଫଟୋଗ୍ରାଫର ଆଣ୍ଡ୍ରିୟୁଙ୍କୁ ଡେଟ କରୁଥିଲେ । ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକି ମିଳିଥିଲା । ଉଭୟ ମଧ୍ୟ ପରସ୍ପର ପ୍ରତି ଅତ୍ୟନ୍ତ ଗମ୍ଭୀର ଥିଲେ, କିନ୍ତୁ ଉଭୟଙ୍କ ଏହି ସମ୍ପର୍କ ଅଧିକ ଦିନ ତିଷ୍ଠି ପାରି ନଥିଲା। ବ୍ରେକଅପ୍ ପରେ ଇଲିଆନା ବହୁତ ଭାଙ୍ଗି ଯାଇଥିଲେ ସବୁଠାରୁ ବଡ କଥା ହେଲା ଇଲିଆନା ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ଥାଆନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.