suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କାଗଜ କପରେ ଚା’ କଫି ପିଉଥିଲେ ହୋଇଯାଆନ୍ତୁ ସତର୍କ, ସ୍ୱାସ୍ଥ୍ୟ ପାଇଁ ହାନିକାରକ-ଆଇଆଇଟି ବୈଜ୍ଞାନିକଙ୍କ ବଡ ଖୁଲାସା

8/11/2020 at 12:59 PM

ଖଡଗପୁର ୦୮/୧୧ : ଯଦି ଆପଣ ପେପର କପରେ ଚା’ ପିଉଛନ୍ତି ତାହେଲେ ସତର୍କ ହୋଇଯାଆନ୍ତୁ। ଏହା ଆପଣଙ୍କ ସ୍ଵସ୍ଥ ପାଇଁ ହାନିକାରକ। ଆଇଆଇଟି ଖଡଗପୁରର ବୈଜ୍ଞାନିକ ଏକ ବଡ ଖୁଲାସା କରିଛନ୍ତି। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ୩ଥର ପେପର୍ କପରେ ଚା’ ପିଉଛନ୍ତି ତାହେଲେ ସେ ୭୫ ହଜାର ସୁକ୍ଷ୍ମ ପ୍ଲାଷ୍ଟିକ କଣିକା ଗିଳୁଛନ୍ତି। ପ୍ଲାଷ୍ଟିକ୍ କପ୍ ହାନିକାରକ ଜାଣିବା ପରେ ସମସ୍ତେ ପେପର କପରେ ଚା’ ପିଇବା ଆରମ୍ଭ କରିଥିଲେ। କିନ୍ତୁ ପେପର କପରେ ଚା’ ପିଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ।

ଗବେଷଣାରେ ଏହା ସ୍ପଷ୍ଟ ହୋଇଛି ଯେ କପ୍ ଭିତର ସ୍ଥରରେ ବ୍ୟବହୃତ ସାମଗ୍ରୀରେ ସୁକ୍ଷ୍ମ ପ୍ଲାଷ୍ଟିକ ଓ ଅନ୍ୟ ହାନିକାରକ ପଦାର୍ଥ ରହିଥାଏ ଏବଂ ସେଥିରେ ଗରମ ପଦାର୍ଥ ସେବନ କଲେ ସେହି ପାନୀୟରେ ଦୂଷିତ କଣିକା ମିଶିଯାଇଥାଏ। ଏହି ପେପର କପ୍ ଭିତରେ ହାଇଡ୍ରୋଫୋବିକ ଫିଲ୍ମ ଭଳି ଏକ ପତଳା ସ୍ଥର ଥାଏ ଯାହା ସାଧାରଣତଃ ପ୍ଲାଷ୍ଟିକ ବା ପଲିମରରେ ତିଆରି ହୋଇଥାଏ।

ଦେଶରେ ପ୍ରଥମଥର ପାଇଁ କରାଯାଇଥିବା ଗବେଷଣାରେ ସିଭିଲ ଇଞ୍ଜିନିୟରିଙ୍ଗ ବିଭାଗର ଗବେଷକ ଓ ଆସୋସିଏଟ୍ ପ୍ରଫେସର ଡ.ସୁଧା ଗୋୟଲ ଏବଂ ପର୍ଯାବରଣ ଇଞ୍ଜିନିୟରିଙ୍ଗ ଏବଂ ପ୍ରବନ୍ଧନ ଅଧ୍ୟୟନ କରୁଥିବା ରିସର୍ଚ୍ଚର ବେଦ ପ୍ରକାଶ ରଞ୍ଜନ ଓ ଅନୁଜା ଜୋସେଫ କହିଛନ୍ତି ଯେ ୧୫ ମିନିଟ୍ ଭିତରେ ଏହି ସୁକ୍ଷ୍ମ ପ୍ଲାଷ୍ଟିକ କଣିକା ଗରମ ତରଳ ପାନୀୟ ଯୋଗୁଁ ତରଳି ଯାଇଥାଏ।

ପ୍ରଫେସର ଗୋୟଲ କହିଛନ୍ତି, ରିସର୍ଚ୍ଚରୁ ଜଣାପଡିଛି ଯେ, ଗୋଟିଏ ପେପର କପରେ ରଖାଯାଇଥିବା ୧୦୦ ମିଲିଲିଟର ଗରମ ତରଳ ପଦାର୍ଥ ୨୫ ହଜାର ମାଇକ୍ରୋନ୍ ଆକାରର ସୁକ୍ଷ୍ମ ପ୍ଲାଷ୍ଟିକ କଣିକା ଛାଡ଼ିଥାଏ। ଏହି ପ୍ଲାଷ୍ଟିକ୍ କଣିକାଗୁଡିକ ଶରୀରରେ ପ୍ରବେଶ କରିବା ପରେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରନ୍ତି।

ରିସର୍ଚ୍ଚର ଦୁଇଟି ଅଲଗା ଅଲଗା ପ୍ରକ୍ରିୟା ପାଳନ କରିଛନ୍ତି। ପ୍ରଥମ ପ୍ରକ୍ରିୟାରେ, ଗରମ ଓ ସ୍ୱଚ୍ଛ ପାଣିକୁ ଡିସପୋଜାଲ ପେପର୍ କପରେ ରଖାଯାଇଥିଲା ଓ ଏହାକୁ ୧୫ ମିନିଟ ଯାଏଁ ରଖାଯାଇଥିଲା। ଏହାପରେ ସେହି ପାଣିର ବିଶ୍ଳେଷଣ କରିବା ପରେ ଜଣାପଡିଲା ଯେ ସେଥିରେ ସୁକ୍ଷ୍ମ ପ୍ଲାଷ୍ଟିକ୍ ଉପସ୍ଥିତି ସହ ଅତିରିକ୍ତ ଆୟନ୍ ମିଶ୍ରିତ ରହିଛି। ଦ୍ୱିତୀୟ ପ୍ରକ୍ରିୟାରେ, କାଗଜ କପକୁ ଗରମ ପାଣିରେ ବୁଡାଇ ଦିଆଯାଇଥିଲା। ଏହାପରେ ହାଇଡ୍ରୋଫୋବିକ୍ ଫିଲ୍ମ ସାବଧାନତାର ସହ କାଗଜ ପରସ୍ତରୁ ଅଲଗା କରାଯାଇଥିଲା ଏବଂ ୧୫ ମିନିଟ ପାଇଁ ଗରମ ଓ ସ୍ୱଚ୍ଛ ପାଣିରେ ରଖାଯାଇଥିଲା। ଏହାପରେ ଏହି ପ୍ଲାଷ୍ଟିକ୍ ଫିଲ୍ମର ଗରମ ପାଣି ସମ୍ପର୍କରେ ଆସିବା ପୂର୍ବରୁ ଓ ପରେ ଆସିଥିବା ଭୌତିକ, ରାସାୟନିକ ଗୁଣର ପରିବର୍ତନର ଯାଞ୍ଚ କରାଯାଇଥିଲା। ଡ.ଗୋୟଲ କହିଛନ୍ତି, ଏକ ସର୍ବେକ୍ଷଣରେ ଚା’ କିମ୍ବା କଫି କାଗଜ କପରେ ପକାଇବା ୧୫ ମିନିଟ ଭିତରେ ପିଇଥିଲେ। ଏହି ଆଧାରରେ ଗବେଷଣା ସମୟ ଧାର୍ଯ୍ୟ କରାଯାଇଥିଲା।

ଏହି ସ୍ଥିତିରୁ ବଞ୍ଚିବା ପାଇଁ କାଗଜ କପ୍ ବଦଳରେ ମାଟି କପ୍ ବ୍ୟବହାର କରିବା ଉଚିତ।

   Related Posts