ଆଇଜି ଏସ ସାଇନିଙ୍କୁ ଡିଜିପି ଡିସ୍କ ପୁରସ୍କାର, ୩ ହଜାର କନଷ୍ଟେବଲଙ୍କୁ ଦେଇ ସାରିଛନ୍ତି ପ୍ରଶିକ୍ଷଣ

Published By : Prameya-News7 Bureau | March 03, 2024 IST

ଭୁବନେଶ୍ଵର: ପୋଲିସ ଆଇଜି ଆଇପିଏସ ଏସ  ସାଇନିଙ୍କୁ ତାଙ୍କ ଉଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନ ଜନକ ଡିଜିପି  ଡିସ୍କ ପୁରସ୍କାର ମିଳିଛି। ଗୃହ ମନ୍ତ୍ରାଳୟର ବ୍ୟୁରୋ ଅଫ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ ପକ୍ଷ୍ୟରୁ ତାଙ୍କୁ ଏହି ସମ୍ମାନ ରେ ସମ୍ମାନିତ କରାଯାଇଛି।

ପୋଲିସ ଟ୍ରେନିଂ ଶୀଲାବସରେ ଆମୂଳଚୂଳ ପରିବର୍ତ୍ତନ ସହିତ ପାଠ ପଢ଼ାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।  ସେ ୨୦୧୯ରୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ କାର୍ଯ୍ୟ କରି ଆସୁଛନ୍ତି। ସେ ଆଜି ପର୍ଯ୍ୟନ୍ତ  ୩ ହଜାର କନଷ୍ଟେବଲ ଠାରୁ ଡିଏସପି ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦେଇ ଆସିଛନ୍ତି। ସିଲାବସରେ ପରିବର୍ତ୍ତନ ଓ ନୂତନ ଧାରାରେ ଶିକ୍ଷା ପ୍ରଦାନ କରିବାରେ ତାଙ୍କର ଅବଦାନ ଅତୁଳନୀୟ ରହିଛି। ଗୃହ ମନ୍ତ୍ରଣାଳୟ ନୂଆଦିଲ୍ଲୀ ପକ୍ଷ୍ୟରୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

wp:heading {"level":4}

Also read- ଭାରସାମ୍ୟ ହରାଇ ଓଲଟିଲା ଅପେରା ପାର୍ଟି ଗାଡ଼ି, ଅଳ୍ପକେ ବର୍ତ୍ତିଲେ ଚାରି ଜଣ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.