ନୂଆଦିଲ୍ଲୀ ୧୧।୦୧ - ଭାରତୀୟ ସଂସଦ ଚାହିଁଲେ ପିଓକେ ବା ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେନାମୁଖ୍ୟ ମନୋଜ ମୁକୁନ୍ଦ ନରବଣେ କହିଛନ୍ତି । ସମ୍ପୂର୍ଣ୍ଣ କାଶ୍ମୀର ଭାରତ ଅଂଶ ଏହା ଏକ ସଙ୍କଳ୍ପ । ସଂସଦ ନିର୍ଦେଶ ଦେଲେ ଆମେ ଆଦେଶ ଅନୁସାରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ନିର୍ଦେଶ ଦେଇଛନ୍ତି ।
ଦେଶର ନୂଆ ସେନାମୁଖ୍ୟ ଜେନେରାଲ୍ ମୁକୁନ୍ଦ ନରବଣେ ଶନିବାରରେ ଏହି ସୂଚନା ଦେଇଛନ୍ତି । ସିଆଚିନ୍ ଭାରତ ପାଇଁ ମହତ୍ତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସେ ବିଶ୍ୱାସ ଭରା ସନ୍ଦେଶ ଦେଇଛନ୍ତି । ସିଡିଏସ୍ ଗଠନ ହେଲେ ତିନି ସେନା ଆହୁରି ଶକ୍ତିଶାଳୀ ହେବେ । ତିନି ସେନା ମଧ୍ୟରେ ତାଳମେଳ ବୃଦ୍ଧି ପାଇବ ବୋଲି ସେ ସୂଚନା ଦେଇଛନ୍ତି ।
{"id":209837,"sizeSlug":"large"}ଏବେ ଭାରତୀୟ ସେନା କ୍ୱାଲିଟି ଉପରେ ବିଶେଷ ଧ୍ୟାନ ଦେଉଛି । ବିଶ୍ୱର ଆଧୁନିକ ସେନା ମଧ୍ୟରେ ଭାରତୀୟ ସେନା ଅନ୍ୟତମ । ପୂର୍ବ ତୁଳନାରେ ଏବେ ଭାରତୀୟସେନା ଅଧିକ ସଶକ୍ତ । ଭାରତୀୟ ସେନା ପାକିସ୍ତାନ ଓ ଚୀନ୍ ସୀମାରେ ସନ୍ତୁଳିତ ଭାବେ କାର୍ଯ୍ୟକରୁଛି । ଦେଶର ଉତ୍ତର ଓ ପଶ୍ଚିମ ଉଭୟ ସୀମାରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।