ଆଇସିଆଇସିଆଇ ବ୍ୟାଙ୍କର ‘କରୋନା’ ମୁକାବିଲା : ଗ୍ରାହକଙ୍କୁ ଘରେ ମିଳିବ ୫୦୦ ବ୍ୟାଙ୍କିଂ ସୁବିଧା

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮/୩: ଭାରତ ସମେତ ସମଗ୍ର ବିଶ୍ବରେ କରୋନା ଭାଇରସ୍ ଯୋଗୁଁ ଅର୍ଥବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏହି ଭାଇରସରୁ ବର୍ତ୍ତିବା ପାଇଁ ବିଭିନ୍ନ ପ୍ରକାରର ଉଦ୍ୟମ କରାଯାଉଛି। ଭିନ୍ନ ଭିନ୍ନ ଉପାୟ ଦ୍ବାରା ଭିଡ଼ କମ୍ କରିବାକୁ ଉଦ୍ୟମ କରାଯାଉଛି।

ଏହା ଜରିଆରେ ଦେଶର ଚର୍ଚ୍ଚିତ ବ୍ୟାଙ୍କ୍ ଆଇସିଆଇସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି। ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଘରେ ବସି ୫୦୦ଟି ସୁବିଧା ଯୋଗାଇବାକୁ ଘୋଷଣା କରିଛି। ଆସନ୍ତୁ ଜାଣିବା ବ୍ୟାଙ୍କର ଏହି ସୁବିଧା ବିଷୟରେ

ବ୍ୟାଙ୍କର ନୂଆ ସର୍ଭିସର ନାଁ ‘ଆଇସିଆଇସିଆଇଷ୍ଟାକ୍’। ଏହି ସୁବିଧା ଆରମ୍ଭ ହେବା ପରେ ଏବେ ବ୍ରାଞ୍ଚକୁ ନ ଯାଇ ଆପଣ ଘରେ ବସି ନିଜ ବ୍ୟାଙ୍କ ସହ ଜଡ଼ିତ ସମସ୍ତ କାମ କରି ପାରିବେ।

ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ନୂଆ ପ୍ଲାଟଫର୍ମ ଜରିଆରେ ୫୦୦ଟି ଜରୁରୀ ବ୍ୟାଙ୍କିଂ ସୁବିଧା ଦିଆଯାଉଛି। ଏହି ସୁବିଧା ଇଣ୍ଟରନେଟ୍ ବ୍ୟାଙ୍କିଂ ଏବଂ ମୋବାଇଲ୍ ବ୍ୟାଙ୍କିଂ ପ୍ଲାଟଫର୍ମରେ ଉପଲବ୍ଧ।

ବ୍ୟାଙ୍କର ଏହି ନୂଆ ସୁବିଧା ଜରିଆରେ ଜମା ଏବଂ ଚାଲୁ ଖାତା ଡିଜିଟାଲ୍ ଉପାୟରେ ଖୋଲା ଯାଇ ପାରିବ। ଏହା ବ୍ୟତୀତ ଆପଣ ଇଣ୍ଟ୍ରେଷ୍ଟ ଲୋନ୍, ଇଣ୍ଟ୍ରେଷ୍ଟ କ୍ରେଡିଟ୍ କାର୍ଡ଼, ଇଣ୍ଟ୍ରେଷ୍ଟ ହୋମ୍ ଲୋନ୍, ଇଣ୍ଟ୍ରେଷ୍ଟ କାର୍ ଲୋନ୍, ଇଣ୍ଟ୍ରେଷ୍ଟ ଓଭରଡ୍ରାଫ୍ଟ,, ଇଣ୍ଟ୍ରେଷ୍ଟ ବିଜନେସ୍ ଲୋନ୍ ପାଇଁ ଆବେଦନ କରି ପାରିବେ।

ଏହା ପରେ ଏଜେଣ୍ଟ ଆପଣଙ୍କୁ ସମ୍ପର୍କ କରିବେ। ଏଥିପାଇଁ ଆପଣଙ୍କୁ ବ୍ୟାଙ୍କର ବ୍ରାଞ୍ଚ ଯିବାକୁ ଦରକାର ପଡ଼ିବ ନାହିଁ। ସେହିଭଳି ଆପଣ ଡିଜିଟାଲ୍ ଉପାୟରେ ଟଙ୍କା ନେଣ-ଦେଣ,ୟୁପିଆଇ,ଭାରତ ବିଲ୍ ପେମେଣ୍ଟ ସିଷ୍ଟମ୍ ପାଇଁ ଏହାର ବ୍ୟବହାର କରି ପାରିବେ।

ଇନସ୍ୟୁରାନ୍ସ ସହ ଜଡ଼ିତ ସେବା ମଧ୍ୟ ଏବେ ଡିଜିଟାଲ୍ ମୋଡ ଜରିଆରେ ଉପଲବ୍ଧ ରହିଛି। କେବଳ ଏତିକି ନୁହେଁ, ଏଫଡି,ଆରଡି,ଏସଆଇପି,ପିପିଏଫ,ଏନପିଏସ୍,ମ୍ୟୁଚୁଆଲ ଫଣ୍ଟ ବିନିଯୋଗ ସମେତ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.