ରାଉରକେଲା ୧୭।୧୦: ରାଉରକେଲାରେ ସିଲ୍ ହେଲା ଆଇସକ୍ରିମ୍ ଫ୍ୟାକ୍ଟ୍ରି । ବିନା ଲାଇସେନ୍ସରେ ବହୁ ବର୍ଷ ଧରି ଚାଲିଥିଲା ଆଇସକ୍ରିମ ଫ୍ୟାକ୍ଟ୍ରି। ରାଉରକେଲା ମହାନଗର ନିଗମ ଫୁଡ଼ ସେଫ୍ଟି ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ । ନକଲି ଫୁଡ଼ ସାର୍ଟିଫିକେଟ ତିଆରି କରି ଚାଲିଥିଲା ଆଇସକ୍ରିମ ଫ୍ୟାକ୍ଟ୍ରି।
ରାଉରକେଲା ସହରରେ ଜେଲ୍ ରୋଡ଼ ନିକଟରେ ଥିବା ରେନବୋ ଆଇସକ୍ରିମ ଫ୍ୟାକ୍ଟ୍ରିରେ ଗୁରୁବାର ଚଢ଼ାଉ ହୋଇଥିଲା । ବିପୁଳ ପରିମାଣର ଆଇସକ୍ରିମ ଜବତ ସହ ନଷ୍ଟ କରାଯାଇଛି । ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି । ତେବେ ରାଉରକେଲା ମହାନଗର ନିଗମ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଅଳିଆ କରି ବିନା ଲାଇସେନ୍ସରେ ଆଇସକ୍ରିମ ତିଆରି କରୁଥିବା ନେଇ କୁହାଯାଇଛି । ବିପୁଳ ପରିମାଣର ଆଇସକ୍ରିମକୁ ଜବତ କରାଯାଇଛି ଏବଂ ଫ୍ୟାକ୍ଟ୍ରିକୁ ସିଲ୍ କରାଯାଇଛି ।
You Can Read:
ଆସନ୍ତା ୨୨ରେ ଆସୁଛି ଆଉ ଏକ ଲଘୁଚାପ : ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା