ୱାର୍ଲଡକପ୍-୨୦୨୩ ବିଜେତା ଟିମ୍‌ ଉପରେ ବର୍ଷିବ ଟଙ୍କା, ରନର୍ସଅପ ଟିମ୍‌ ମଧ୍ୟ ହେବ ମାଲାମାଲ୍

Published By : Prameya-News7 Bureau | November 14, 2023 IST

ମୁମ୍ବାଇ ୧୪।୧୧: ବିଶ୍ୱକପ୍ -୨୦୨୩ ଏବେ ଚୂଡ଼ାନ୍ତ ପର୍ଯ୍ୟାୟକୁ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏଥିରେ ଦ୍ୱିତୀୟ ସେମିଫାଇନାଲ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଏଣୁ ଟୁର୍ଣ୍ଣାମେଣ୍ଟ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଥିବାରୁ ଆଇସିସି ବିଶ୍ୱକପ୍‌ ନିମନ୍ତେ ପ୍ରାଇଜ ମନି ଘୋଷଣା କରିଛନ୍ତି। ପୁରସ୍କାର ପାଇଁ ମୋଟ ୪ ମିଲିୟନ ଡଲାର ରଖା ଯାଇଛି। ଯଦି ଏହାକୁ ଭାରତୀୟ ମୁଦ୍ରାରେ ଦେଖାଯାଏ ତେବେ ଏହା ୮୪ କୋଟି ଟଙ୍କା ହେବ। ବିଶ୍ୱକପ୍ ବିଜେତା ଟିମ୍‌କୁ ୪ ମିଲିୟନ ଡଲାର ମିଳିବ।

{"id":869563,"width":839,"height":471,"sizeSlug":"full","linkDestination":"none"}

ଆଇସିସି ଫାଇନାଲର ୱିନର ଟିମ୍‌ ସହିତ ରନର୍ସଅପ୍‌ ଟିମ୍‌କୁ ମଧ୍ୟ କୋଟିଏରୁ କମ୍‌ ଟଙ୍କା ମିଳିବ ନାହିଁ। ଫାଇନାଲରେ ପରାଜିତ ଟିମ୍‌କୁ ୨ ମିଲିୟନ ଡଲାର ମିଳିବ। ସେହିପରି ସେମିଫାଇନାଲରେ ହାରି ଯାଇଥିବା ଟିମ୍‌ ଦ୍ୱୟଙ୍କୁ ୮ଲକ୍ଷ ଡଲାର ଲେଖାଏଁ ମିଳିବ। ସେହିପରି ଗ୍ରୁପ୍ ଷ୍ଟେଜ୍ ପରେ ଏଲିମିନେଟ୍ ହୋଇଥିବା ଟିମ୍‌ଙ୍କୁ ୧ ଲକ୍ଷ ଡଲାର ଲେଖାଏଁ ମିଳିବ। ଗ୍ରୁପ ଷ୍ଟେଜ୍‌ରେ ମ୍ୟାଚ୍ ଜିତିଥିବା ଟିମ୍‌ ମାନଙ୍କୁ ୪୦ ହଜାର ଡଲାର ଲେଖାଏଁ ମିଳିବ।

ଏଥିରେ ଟିମ୍‌ ଇଣ୍ଡିଆ କଥା କହିଲେ, ଏହା ଏବେ ସେମିଫାଇନାଲକୁ ପହଞ୍ଚି ଯାଇଛି ଓ ଏହି ଟିମ୍‌ ଗ୍ରୁପ ଷ୍ଟେଜ୍‌ରେ ୯ଟି ମ୍ୟାଚ୍‌ ଖେଳିଛି ଓ ସବୁ ମ୍ୟାଚ୍‌ ଜିତିଛି। ସେହି ହିସାବରେ ପ୍ରତ୍ୟେକ ଜିତିଥିବା ମ୍ୟାଚ୍‌ ନିମନ୍ତେ ଟିମ୍‌ ଇଣ୍ଡିଆକୁ ୪୦ହଜାର ଡଲାର ଲେଖାଏଁ ମିଳିବ। ସେହିପରି ସେମିଫାଇନାଲକୁ ପହଞ୍ଚି ଟିମ୍‌ ମୋଟା ଅଙ୍କର ପୁରସ୍କାର ସୁନିଶ୍ଚିତ କରିଛି। ଏଥିରେ ନ୍ୟୁଜିଲ୍ୟାଣ୍ଡକୁ ଦେଖିବାକୁ ଗଲେ ଏହି ଟିମ୍‌ ଗ୍ରୁପ ଷ୍ଟେଜ୍‌ରେ ୫ଟି ମ୍ୟାଚ୍ ଜିତିଛି, ଦକ୍ଷିଣ ଆଫ୍ରିକା୭ ଓ ଅଷ୍ଟ୍ରେଲିଆ ମଧ୍ୟ ୭ଟି ମ୍ୟାଚ୍‌ ଜିତିଛି। ଏଣୁ ଏହି ୪ଟି ଟିମ୍‌ ଏବେ ପ୍ରାଇଜ୍ ମନିରେ କୋଟି କୋଟି ଟଙ୍କା ନେବେ।

ଉଲ୍ଲେଖଯୋଗ୍ୟଯେ ୱାନଡେ ବିଶ୍ୱକପ୍-୨୦୧୯ ଟାଇଟଲ ଇଂଲଣ୍ଡ ଜିତିଥିଲା। ଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ପରାଜିତ ହୋଇଥିଲା। ଏଥିରେ ଭାରତ ସେମିରୁ ପରାସ୍ତ ହୋଇ ଫେରିଥିଲା। ଟିମ୍‌ ଇଣ୍ଡିଆକୁ ନ୍ୟୁଜିଲ୍ୟାଣ୍ଡ ହରାଇଥିବା ବେଳେ ଇଂଲଣ୍ଡ ସେମିରେ ଅଷ୍ଟ୍ରେଲିଆକୁ ହରାଇଥିଲା।

ଯଦି ବର୍ଷାରେ ମ୍ୟାଚ୍ ରଦ୍ଦ ହୁଏ ତେବେ କେଉଁ ଦଳ ଫାଇନାଲରେ ପହଞ୍ଚିବ ? ଜାଣନ୍ତୁ କ’ଣ କହୁଛି ନିୟମ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.