LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

IAS, IPS ଏବଂ IFS ଅଧିକାରୀଙ୍କୁ କେନ୍ଦ୍ରର ଆଦେଶ, ଦେବାକୁ ହେବ ନିବେଶ ସମ୍ବନ୍ଧୀୟ ତଥ୍ୟ  

30/03/2023 at 7:55 PM

ନୂଆଦିଲ୍ଲୀ, ୩୦/୦୩: ଆଇଏଏସ, ଆଇପିଏସ ଏବଂ ଆଇଏଫଏସ ଅଧିକାରୀଙ୍କୁ ଦେବାକୁ ହେବ ଶେୟାର କାରବାର ସହ ଜଡ଼ିତ ସୂଚନା। ଏନେଇ କେନ୍ଦ୍ର ସରକାର ଜାରି କରିଛନ୍ତି ଆଦେଶ। ଆଦେଶ ଅନୁଯାୟୀ ଯଦି କୌଣସି ବର୍ଷରେ ଶେୟାର ବଜାର, କିମ୍ବା ଅନ୍ୟ କୌଣସି ନିବେଶରେ ସମୁଦାୟ ନେଣଦେଣ ଛଅ ମାସର ମୂଳ ଦରମା ଠାରୁ ଅଧିକ ହେଉଛି ତେବେ ତାଙ୍କୁ ଏହାର ତଥ୍ୟ ଦେବାକୁ ପଡ଼ିବ। କାର୍ମିକ ମନ୍ତ୍ରାଳୟ ନିକଟରେ ଏନେଇ ଏକ ଆଦେଶ ଜାରି କରିଥିଲା। ଏହି ସୂଚନା ଅଲ୍‌ ଇଣ୍ଡିଆ ସର୍ଭିସ୍‌ ରୁଲ୍ସ ୧୯୬୮ ର ନିୟମ ୧୬(୪) ଅନୁଯାୟୀ ଅଧିକାରୀଙ୍କ ଦ୍ବାରା ଦିଆଯାଉଥିବା ସୂଚନା ସହ ଏହି ସୂଚନା ଅତିରିକ୍ତ ଭାବରେ ଦେବାକୁ ପଡ଼ିବ।

ଏହି ନିୟମ ଅଲ୍‌ ଇଣ୍ଡିଆ ସର୍ଭିସ୍‌- ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ପୋଲିସ୍‌ ସେବା (IPS) ଏବଂ ଇଣ୍ଡିଆାନ ଫରେଷ୍ଟ ସର୍ଭିସ୍‌ (IFS) ଅଧିକାରୀଙ୍କ ଉପରେ ଲାଗୁ ହେବ। ମନ୍ତ୍ରାଳୟ ୨୦ ମାର୍ଚ୍ଚରେ ଏକ ଆଦେଶରେ କହିଛି ଯେ, ଶେୟାର, ସିକ୍ୟୁରିଟି, ଡିଭେଞ୍ଚର, ଆଦିକୁ ଏହି ନିୟମ ୧୬(୪) ଅନୁଯାୟୀ ସ୍ଥାବର ସମ୍ପତ୍ତି ଭାବରେ ଧରାଯିବ। ଏମିତିରେ ଯଦି ନେଣଦେଣ, ଅଧିକାରୀଙ୍କ ଛଅ ମାସର ମୂଳ ବେତନରୁ ଅଧିକ ହେଉଛି ତେବେ​‌ ଏଭଳି ସ୍ଥିତିରେ ଅଥରିଟିକୁ ସୂଚିତ କରିବା ଜରୁରୀ। ଏହି ଆଦେଶ କେନ୍ଦ୍ର ସରକାରଙ୍କ ସବୁ ମନ୍ତ୍ରାଳୟଙ୍କ ସଚିବଙ୍କୁ ଜାରି କରାଯାଇଛି।

   Related Posts