ଘର ଉପରେ ମାଡ଼ିଗଲା ଚିପ୍ସ ବୋଝେଇ ହାଇୱା, ଶୋଇଥିବା ବେଳେ ଶାଶୁ ଓ ବୋହୂ ଗୁରୁତର

Published By : Prameya-News7 Bureau | July 03, 2023 IST

କେନ୍ଦ୍ରାପଡା ୩।୭: ଘର ଉପରେ ମାଡ଼ିଗଲା ଚିପ୍ସ ବୋଝେଇ ହୋଇଥିବା ହାଇୱା ଟ୍ରକ୍ । ଫଳରେ ଘରେ ଶୋଇଥିବା ଅବସ୍ଥାରେ ଶାଶୁ ଓ ବୋହୂ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଚିକିତ୍ସା ଜାରି ରହିଛି ।

{"id":811822,"width":840,"height":485,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କୃଷ୍ଣନଗର ପଞ୍ଚାୟତର ବାଘୁଆଠାରେ ସୋମବାର ଭୋରରୁ ଘର ଉପରେ ମାଡ଼ିଗଲା ଚିପ୍ସ ବୋଝେଇ ହାଇୱା ଟ୍ରକ୍ । ଚିପ୍ସ ନେଇ ଯାଉଥିବା ଏକ ୧୦ ଚକିଆ ହାଇୱା ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଏକ ଆଜବେଷ୍ଟସ୍ ଘର ଉପରେ ଓଲଟି ପଡିଥିଲା l ଦୁର୍ଘଟଣା ଫଳରେ ଶୋଇଥିବା ଅବସ୍ଥାରେ ଶାଶୁ ଓ ବୋହୂ ଗୁରୁତର ଆହତ ହୋଇଥିଲେ l ଶାଶୁ ଶାଶୁ ହେଉଛନ୍ତି କଳ୍ପନା ଗିରି ଏବଂ ବୋହୂ ହେଉଛନ୍ତି ମନୀଷା ଦାସ ।

{"id":811823,"width":840,"height":463,"sizeSlug":"full","linkDestination":"none"}

ଦୁର୍ଘଟଣା ଫଳରେ ବୋହୂ ମନୀଷାଙ୍କ ଦୁଇ ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଶାଶୁ କଳ୍ପନାଙ୍କ ଅଣ୍ଟା, ପିଠି ଓ ହାତରେ ଆଘାତ ଲାଗିଥିବା ଜଣାପଡିଛି । ଉଭୟଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି l ଦୁର୍ଘଟଣା ଘଟାଇଥିବା ହାଇଓ୍ବା ଗାଡିର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଏ ଘଟଣା ସମ୍ପର୍କରେ ଖବର ପାଇ ପୋଲିସର ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଉଭୟ ଶାଶୁ ଓ ବୋହୂ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।

You Can Read :

wp:embed {"url":"https://www.prameyanews7.com/wife-lost-her-life-in-road-mishap/","type":"wp-embed","providerNameSlug":"prameya-news-7"}
https://www.prameyanews7.com/wife-lost-her-life-in-road-mishap/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.