ହାଇଦ୍ରାବାଦ ଟେଷ୍ଟର ତୃତୀୟ ଦିନରେ ଭାରତର ବ୍ୟାଟିଂ ଜାରି; ବିରାଟ କୋହଲି ୪୫ ରନ କରି ଆଉଟ
14/10/2018 at 11:41 AM

ହାଇଦ୍ରାବାଦ ୧୪/୧୦ : ହାଇଦ୍ରାବାଦ ଟେଷ୍ଟର ଆଜି ତୃତୀୟ ଦିନ। ପ୍ରଥମ ପାଳିରେ ଭାରତର ବ୍ୟାଟିଂ ଜାରି। ଗତକାଲି ଖେଳ ଶେଷ ବେଳକୁ ଭାରତ ୪ ୱିକେଟ ହରାଇ କରିଛି ୩୦୮। ଆହୁରି ୬ଟି ୱିକେଟ ବାକି ଥାଇ ଭାରତ ମାତ୍ର ୩ ରନ୍ ପଛରେ ରହିଛି। ଗତକାଲି ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୩୧୧ ରନ୍କରି ଅଲ୍ଆଉଟ ହୋଇଥିଲା। ଜବାବରେ ସିରିଜ୍ରେ ପ୍ରଥମଥର ପାଇଁ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଭାରତକୁ ସାମାନ୍ୟ ଚାପରେ ପକାଇ ପାରିଥିଲା। ପ୍ରଥମ ଟେଷ୍ଟ ପରି ଭାରତୀୟ ପ୍ରଥମ ଇନିଂସ ଆରମ୍ଭ ହୋଇଥିଲା। କେ.ଏଲ୍. ରାହୁଲ ସହଳ ଆଉଟ ହୋଇଥିବା ବେଳେ ପୃଥ୍ୱୀ ସ’ ଦର୍ଶନୀୟ ଷ୍ଟ୍ରୋକ୍ ଖେଳିବା ଜାରି ରଖିଥିଲେ। ୪ ରନ୍କରି ରାହୁଲ ଆଉଟ ହେବା ବେଳକୁ ଭାରତ ୬୧ ରନ୍ କରିଥିଲା। ସ୍କୋର୍ ୯୮ ଥିବା ବେଳେ ପୃଥ୍ୱୀ ସ’ ଆଉଟ ହୋଇଥିଲେ। ତେବେ ଏହା ପୂର୍ବରୁ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ଏହି ଯୁବ ପ୍ରତିଭା। ତେବେ ଓପ୍ନର ପୃଥ୍ୱୀ ସ’ଙ୍କ ଅର୍ଦ୍ଧଶତକ ପରେ ଅଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତ୍ଙ୍କ ଲଢ଼ୁଆ ଇନିଂସ ବଳରେ ଭାରତ ଏହି ଚାପରୁ ମୁକୁଳି ପାରିଥିଲା। ଚେତେଶ୍ୱର ପୂଜାରା ୧୦ ରନ୍,ଅଧିନାୟକ ବିରାଟ କୋହଲି ୪୫ ରନ କରି ଆଉଟ ହୋଇଥିଲେ।