ମର୍ସିଡିସ୍ କାର୍ ଭିତରେ ନାବାଳିକାଙ୍କୁ ଗଣଦୁଷ୍କର୍ମ; ସମ୍ପୃକ୍ତ ଅଭିଯୁକ୍ତମାନେ ନାବାଳକ, ବିଧାୟକଙ୍କ ପୁଅ ସାମିଲ୍ ଥିବା ସୂଚନା

Published By : Prameya-News7 Bureau | June 03, 2022 IST

ହାଇଦ୍ରାବାଦ: ମର୍ସିଡିସ୍ କାର୍ ଭିତରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ନାବାଳକ। ଏଥିରେ ବିଧାୟକଙ୍କ ପୁଅ ବି ସାମିଲ୍ ଥିବା ସୂଚନା ମିଳିଛି। ଏଭଳି ଘଟଣା ଘଟିଛି ହାଇଦ୍ରାବାଦରେ। ଏହି ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ୫ ଜଣ ନାବାଳକ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ତେବେ ନାବାଳିକା ବାପାଙ୍କର ଅଭିଯୋଗ ପାଇବା ପରେ ପୁଲିସ ଅଜଣା ବ୍ୟକ୍ତିଙ୍କର ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଗତ ଶନିବାର ଏହି ଘଟଣା ଘଟିଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ପୃକ୍ତ ୩ ଜଣଙ୍କ ବିରୋଧରେ ଆଇପିସି ଧାରା ୩୫୪ ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଥିଲା ପୁଲିସ। ୧୭ ବର୍ଷୀୟ ନାବାଳିକଙ୍କର ମେଡିକାଲ ଟେଷ୍ଟ କରାଯିବା ପରେ ପୁଲିସ ଏହି ମାମଲାରେ ଧାରା ୩୭୬(ଗଣଦୁଷ୍କର୍ମ) ମଧ୍ୟ ଯୋଡ଼ିଛି।

ଜଣେ ବରିଷ୍ଠ ପୁଲିସ ଅଫିସରଙ୍କ ସୂଚନା ଅନୁସାରେ, ସେଦିନ ପାର୍ଟିରେ ବିଧାୟକଙ୍କ ପୁଅଙ୍କ ସହ ସଂଖ୍ୟଲଘୁ ବୋର୍ଡର ଅଧ୍ୟକ୍ଷ ବି ନାବାଳିକାଙ୍କ ସହ ଥିଲେ। ତେବେ ପୀଡ଼ିତା ଯେଉଁ ଅଭିଯୁକ୍ତକୁ ଚିହ୍ନଟ କରିଛନ୍ତି ସେ ଜଣେ ନାବାଲକ ବୋଲି ଅଫିସର ସୂଚନା ଦେଇଛନ୍ତି। ନାବାଳାକଙ୍କ ବାପାଙ୍କ ଏଫ୍‌ଆଇଆର ଅନୁସାରେ ଅଭିଯୁକ୍ତମାନେ ତାଙ୍କ ଝିଅଙ୍କୁ ଆହତ ମଧ୍ୟ କରିଛନ୍ତି। ନାବାଳିକାଙ୍କ ବେକରେ ଦାଗ ରହିଛି।   

ସେପଟେ ମର୍ସିଡିସ୍ କାର୍‌ଟି ବିଧାୟକଙ୍କର ବୋଲି ଜଣାପଡ଼ିିଛି। ତେବେ ଅଭିଯୁକ୍ତମାନେ କାର୍ ଭିତରେ କୁକର୍ମ କରି ନାହାନ୍ତି। କାରରୁ ଓହ୍ଲାଇ ଏକ କାଫେକୁ ଯାଇଥିଲେ। ସେଠାରେ ଏଭଳି କାଣ୍ଡ ଘଟାଇଛନ୍ତି ବୋଲି ବିଧାୟକଙ୍କ ପରିବାର କହିଛନ୍ତି। ପୁଲିସ ସିସିଟିବି ଫୁଟେଜ୍ ଚେକ୍ କରି ତଦନ୍ତ ଚଳାଇଛି।

{"id":637957,"width":835,"height":486,"sizeSlug":"full","linkDestination":"none"}
ଏହି କାରରେ ଦୁଷ୍କର୍ମ ହୋଇଥିବା କୁହାଯାଉଛି

ଅନ୍ୟପଟେ ଘଟଣାକୁ ନେଇ ସାମ୍ନାକୁ ଆସିଛି ତେଲେଙ୍ଗାନା ବିଜେପି। ଦଳ ଘଟଣାକୁ ଦୃଢ଼ ନିନ୍ଦା କରିଥିବା ବେଳେ ଘଟଣାରେ AIMIM ଦଳର ବିଧାୟକଙ୍କ ପୁଅ ସମ୍ପୃକ୍ତ ଥିବା ସୂଚନା ଦେଇଛି। ତେବେ ଦୁର୍ଭାଗ୍ୟର କଥା ହେଲେ ଅଭିଯୋଗ ପରେ ହାଇଦ୍ରାବାଦ ପୁଲିସ ଏପର୍ଯ୍ୟନ୍ତ ମାମଲାରେ ଜଣଙ୍କୁ ବି ଗିରଫ କରିପାରି ନାହିଁ। ପୁଲିସ ଏ ମାମଲାରେ ଧିମା ତଦନ୍ତ କରୁଛି ବୋଲି ବିଜେପି ଅଭିଯୋଗ କରିଛି।

ସୁଚନା ଅନୁସାରେ ମେ ୨୮ ତାରିଖ ଶନିବାର ଦିନ ନାବାଳିକା ଏକ ପବ୍‌ରେ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ଯୋଗ ଦେଇ ସନ୍ଧ୍ୟା ସାଢ଼େ ପାଞ୍ଚଟା ବେଳେ ଘରକୁ ଫେରୁଥିଲେ। ହେଲେ ହାଇଦ୍ରାବଦରେ ଜୁବଲୀ ହିଲ୍ସ ଏରିଆରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ପବ୍‌ରେ ତାଙ୍କୁ ଭେଟି ବାରମ୍ବାର ଘରେ ଛାଡ଼ିଦେବାକୁ ଅଫର ଦେଇଥିଲେ କିଛି ତରୁଣ। ନାବାଳିକା ଗାଡ଼ିରେ ବସିବା ପରେ ସେମାନେ କାର୍‌କୁ ନିର୍ଜନ ଓ ଅନ୍ଧାର ସ୍ଥାନକୁ ନେଇଯାଇ କୁକର୍ମ ଘଟାଇଥିଲେ ବୋଲି ପୁଲିସ ଅଫିସର ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.