ନିଶା ପାଇଁ ନବ ବିବାହିତା ପତ୍ନୀଙ୍କୁ ହତ୍ୟା କଲା ସ୍ବାମୀ, ଭାଇ ସହିତ କଥା ହୋଇଥିଲେ ଶେଷଥର...

Published By : Prameya-News7 Bureau | November 28, 2019 IST

ନୂଆଦିଲ୍ଲୀ୨୮/୧୧: ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନବ ବିବାହିତା ବଧୂଙ୍କ ଶବ ଏକ କଣ୍ଟା ବୁଦାରୁ ଉଦ୍ଧାର ହୋଇଛି। ମୃତ ନୈନାସୀଙ୍କ ବାମକାନ ମୂଳରେ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାରେ ନୈନାସୀଙ୍କ ସ୍ବାମୀ ସାହିଲ ଏବଂ ତାଙ୍କ ସଂପର୍କୀୟ ଭାଇ ଓ ସାଙ୍ଗଙ୍କୁ ପୋଲିସ ଗିରଫ କରିଛି।

{"id":191074,"sizeSlug":"large"}

ପୋଲିସର ସୂଚନା ଅନୁସାରେ ପାଖାପାଖି ତିନି ବର୍ଷ ହେବ ନୈନସୀ ଓ ସାହିଲ ଲିଭ୍ ରିଲେସନ୍‌ରେ ରହୁଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ମନ୍ଦିରରେ ନୈନସୀ ଅଭିଯୁକ୍ତ ସାହିଲକୁ ବିବାହ କରିଥିଲେ। ବିବାହ ପରେ ସାହିଲ ନିଜ ଅସଲ ରୂପ ଦେଖାଇଥିଲା। ଡ୍ରଗ୍ସ ଖାଇବା ପାଇଁ ସାହିଲ ପ୍ରତିଦିନ ନୈନାସୀଙ୍କୁ ଟଙ୍କା ମାଗୁଥିଲେ। ନୈନାସୀ ଟଙ୍କା ଦେବା ପାଇଁ ମନା କଲେ ତାଙ୍କୁ ସାହିଲ ମାରପିଟ୍‌ କରୁଥିଲା।  ଏ ନେଇ ଅଧିକାଂଶ ସମୟରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭୀଷଣ ଝଗଡ଼ା ମଧ୍ୟ ହେଉଥିଲା।

{"id":191075,"sizeSlug":"large"}

ନଭେମ୍ବର ମାସ ୯ ତାରିଖରେ ନୈନସୀ ତାଙ୍କ ଭାଇଙ୍କ ସହ ଶେଷଥର ପାଇଁ କଥା ହୋଇଥିଲେ। ପ୍ରତିଦିନ ସାହିଲ ତାଙ୍କୁ ମାରପିଟ୍‌ କରୁଥିବା ନୈନାସୀ ତାଙ୍କ ଭାଇଙ୍କ ପାଖରେ କହିଥିଲେ।  ବିବାହ ପରଠାରୁ ନୈନାସୀ ବହୁତ କଷ୍ଟରେ ଦିନ କାଟୁଥିବା ତାଙ୍କ ଭାଇ କହିଛନ୍ତି।

{"id":191076,"sizeSlug":"large"}

ପରିବାର ଲୋକଙ୍କ କହିବା ଅନୁସାରେ ଗତ ତିନିବର୍ଷ ହେବ ନୈନସୀ ଜନକପୁର ଅଞ୍ଚଳର ବାସିନ୍ଦା ସାହିଲ ଚୋପ୍ରା ସହ ଲିଭ୍ ରିଲେସନରେ ରହୁଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ନୈନାସୀ ମନ୍ଦିରରେ ସାହିଲଙ୍କୁ ବିବାହ କରିଥିଲେ। ନଭେମ୍ବର ୧୧ ତାରିଖରେ ରାତିରେ ନିଶାସକ୍ତ  ଅବସ୍ଥାରେ ସାହିଲ ନିଜ ସ୍ତ୍ରୀ ନୈନାସୀଙ୍କୁ ଗୁଳିକରି ହତ୍ୟା କରିଥିଲା। ହତ୍ୟା କରିବା ପରେ ଶବକୁ ନଷ୍ଟ କରିବା ଲାଗି ତାଙ୍କ ସାଙ୍ଗ ଓ ସଂପର୍କୀୟ ଭାଇ ତାକୁ ସାହାଯ୍ୟ କରିଥିବା ପୋଲିସ ସୂଚନା ଦେଇଛି। ମୃତ ନବ ବଧୂଙ୍କ ଭାଇଙ୍କ କଥା ଆଧାରରେ ଅଭିଯୁକ୍ତ ସ୍ବାମୀ ଏବଂ ତାଙ୍କ ସାଙ୍ଗ ଓ ସଂପର୍କୀୟ ଭାଇକୁ ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.