ସ୍ତ୍ରୀ ହନ୍ତା ସ୍ୱାମୀ; ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

Published By : Prameya-News7 Bureau | September 18, 2018 IST

ଗଜପତି ୧୮/୯ : ଗଜପତି ଜିଲ୍ଲା ଅଡବା ଥାନା ବୁଢାଡିହ ଗାଁରେ ଘଟିଛି ଅଘଟଣ | ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ୱାମୀ | ଗତକାଲି ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ସ୍ତ୍ରୀ ସସ୍ମିତାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ୱାମୀ ମିଟୁ ମଣ୍ଡଳ | ଦୁଇ ବର୍ଷ ପୂର୍ବରୁ ଉଭୟ ପ୍ରେମ ବିବାହ କରିଥିଲେ | ତାଙ୍କର ଗୋଟିଏ ୨ ମାସର ଶିଶୁ ପୁତ୍ର ମଧ୍ୟ ଅଛି | ଅଡବା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି | ସ୍ୱାମୀ ମିଟୁକୁ ଗିରଫ କରିଛି ପୋଲିସ | ସୂଚନାଯୋଗ୍ୟ ଯେ, ମିଟୁ ମଣ୍ଡଳ ସସ୍ମିତାକୁ ପ୍ରେମ ବିବାହ କରିବା ପରେ ଜାକରପଲ୍ଲୀ ଗାଁର ଆଉ ଜଣେ ଝିଅକୁ ପ୍ରେମ ବିବାହ କରିଥିଲେ | ତେବେ ଦୁଇଜଣ ଯାକ ସ୍ତ୍ରୀ ଗୋଟିଏ ଘରେ ରହୁଥିଲେ | ପୁତ୍ର ସନ୍ତାନ ଜନ୍ମ ପରେ ମିଟୁ ତାର ପ୍ରଥମ ସ୍ତ୍ରୀ ସସ୍ମିତା ସହିତ ଭଲ ବ୍ୟବହାର କରୁନଥିଲେ | ଯାହାଫଳରେ ସସ୍ମିତା ପୁଅକୁ ନେଇ ବାପା ଘରକୁ ଚାଲିଯାଇଥିଲେ | ଗତକାଲି ବାପା ଆଣି ସସ୍ମିତାକୁ ସ୍ୱାମୀ ଘରେ ଛାଡିଦେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.