ବାଇକ୍‌କୁ ଧକ୍କାଦେଲା କାର୍; ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

Published By : Prameya-News7 Bureau | December 03, 2022 IST

ଲମତାପୁଟ ୦୩/୧୨: କାର ମୋଟର ସାଇକଲ ମୁହାଁମୁହିଁ ଧକ୍କାl ଘଟଣାସ୍ଥଳରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର l ଏପରି ସଡ଼କ ଦୁର୍ଘଟଣା କୋରାପୁଟଚ ଜିଲ୍ଲା ଲମତାପୁଟ ଅନ୍ତର୍ଗତ କଡ୍ରି ଗାଁରେ ହୋଇଛି। ମୃତକଙ୍କ ପରିଚୟ ସହଦେବ ମୁଦୁଲି। ସେ ଚଣ୍ଡୁଆ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଏଥିରେ ସ୍ତ୍ରୀ ଚନ୍ଦ୍ରମା ଗୁରୁତର ହୋଇ ଲମତାପୁଟ ଘରୋଇ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତିl ସେପଟେ କ୍ଷତି ପୂରଣ ଦାବିରେ ଲମତାପୁଟ-ଜୟପୁର ରାସ୍ତା ଅବରୋଧ କରିଛନ୍ତି ମୃତକଙ୍କ ସମ୍ପର୍କୀୟ।

ଏନେଇ ସେଠାରେ ଉତ୍ତେଜନା ଲାଗିରହିଛି। ଲମତାପୁଟ ପୋଲିସ ସେଠାରେ ପହଞ୍ଚି କାର ଚାଳକଙ୍କୁ ଅଟକ ରଖିଥିବା ବେଳେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛିl ସହଦେବ ଓ ତାଙ୍କ ସ୍ତ୍ରୀ ଲମତାପୁଟ ହାଟରୁ କିଣାକିଣି ସାରି ଘରକୁ ଫେରୁଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ସେମାନଙ୍କୁ ଧକାଦେଇଥିଲା। ଧକାର ବେଗ ଏତେ ଅଧିକ ଥିଲା ଯେ, କାର୍‌ ଭିତରେ ମୋଟର ସାଇକେଲ ସହ ସ୍ୱାମୀ ସ୍ତ୍ରୀ ଫସି ରହିଥିଲେl ସ୍ଥାନୀୟ ଲୋକ କାରକୁ ଉଠାଇ ଉଭୟଙ୍କୁ ଉଦ୍ଧାର କରିଥିଲେl

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.