ଥାନାରେ ସ୍ୱାମୀର ଅଭିଯୋଗ, 'ମୋତେ ଓ ମୋ ପୁଅକୁ ମୋ ସ୍ତ୍ରୀ ମାରିଦେବ' ତାଙ୍କୁ ଗିରଫ କର

Published By : Prameya-News7 Bureau | October 26, 2022 IST

ଗୁରୁଗ୍ରାମ, ୨୬/୧୦: ସ୍ତ୍ରୀ ବିରୋଧରେ ସ୍ୱାମୀର ଗୁରୁତର ଅଭିଯୋଗ । ସେ ମୋତେ ଓ ମୋ ପୁଅକୁ ମାରିଦେବ । ବାରମ୍ୱାର ମୋ ପୁଅକୁ ମାରଧର କରୁଛି । କଚାଡ଼ି ଦେଉଛି । ଏପରି ଏକ ଅଭିଯୋଗ ଗୁରୁଗ୍ରାମ ଥାନାରେ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଗୁରୁଗ୍ରାମ ଅଞ୍ଚଳର ମେନ୍‌ୱାଲି କଲୋନୀରେ ଏହି ପତି-ପତ୍ନୀ ରୁହନ୍ତି । ସେମାନଙ୍କର ୨୦୧୧ ମହିସାରେ ବିବାହ ହୋଇଥିବା ବେଳେ ତାଙ୍କର ଗୋଟିଏ ୧୦ ବର୍ଷର ପୁଅ ଏବଂ ୭ ବର୍ଷର ଗୋଟିଏ ଝିଅ ମଧ୍ୟ ଅଛନ୍ତି । ସାମାନ୍ୟ କଥାକୁ ନେଇ ଦୁହିଁ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଛି । କଥା କେବଳ ଘରେ ସୀମିତ ନାହିଁ । ଏହା ଝଗଡ଼ା ଏବେ ନ୍ୟୁଜ୍‌ ପାଲଟି ଯାଇଛି ।

ପୋଲିସ୍‌ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ୧୦ ବର୍ଷର ପୁଅ ସକାଳୁ ଶୀଘ୍ର ନଉଠିବାରୁ ତାର ମାଆ ପାଟିକରି ତାକୁ ଉଠାଇବାକୁ ଚେଷ୍ଟା କରିଥିଲା । ହେଲେ ସେ ଭଲରେ ନଉଠିବାରୁ ତାକୁ ତା ମାଆ କଚାଡ଼ି ଦେଇଥିଲା । ଯାହାକୁ ବିରୋଧ କରିଥିଲେ ସ୍ୱାମୀ । ହେଲେ ପତ୍ନୀ ଏହାକୁ ମାନିନଥିଲେ । ଓଲଟି ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ । ପତ୍ନୀ ମୋ ଗାଲକୁ ଏବଂ ଶରୀରର ଅନ୍ୟ ଅଂଶକୁ ମାଡ଼ ମାରିଥିଲେ ବୋଲି ସ୍ୱାମୀ ଅଭିଯୋଗ ଆଣିଛନ୍ତି ।

ସେ ମୋତେ ଓ ମୋ ପୁଅକୁ ମାରିଦେବାକୁ ଧମକ ଦେଇଛନ୍ତି । ତେଣୁ ମୁଁ ପୋଲିସ୍‌ରେ ଅଭିଯୋଗ କରିଛି । ମୋ ସ୍ତ୍ରୀ ପୁଅ ସହ କିଛି ବି କରିପାରନ୍ତି ବୋଲି ସେ କହିଛନ୍ତି । ତେବେ ଏହି ଘଟଣାକୁ ନେଇ ପୋଲିସ୍‌ ଉକ୍ତ ମହିଳାଙ୍କ ବିରୋଧରେ ଆଇପିସିର ଧାରା ୩୨୩ (ମନକୁ ଆଘାତ ଦେବା) ଏବଂ ୫୦୬ ( ଅପରାଧିକ ଉଦ୍ଦେଶ୍ୟ)ରେ ମାମଲା ରୁଜୁ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.