ସ୍ବାଦର ରାଜା ହେଙ୍ଗୁ, କାହିଁକି ଏତେ ମହଙ୍ଗା ? ଜାଣିଛନ୍ତି କି ହେଙ୍ଗୁର ଉତ୍ପାଦନ ହୋଇଥାଏ କିପରି ?

Published By : Prameya-News7 Bureau | February 15, 2023 IST

ନୂଆଦିଲ୍ଲୀ୧୫।୦୨ : ହେଙ୍ଗୁର ସ୍ବାଦ,ସୁଗନ୍ଧ ଏବଂ ଉପକାରିତାରେ ଆମେ ସମସ୍ତେ ବେଶ୍ ପରିଚିତ । ଯେକୌଣସି ରୋଷେଇରେ ଅଳ୍ପ ଟିକେ ହେଙ୍ଗୁ ପକେଇଦେଲେ, ଏହାର ସ୍ବାଦ ଆସିଯାଏ ଅଲଗା ।  ଚାହିଦା ତୁଳନାରେ କମ୍ ଯୋଗାଣ ହେତୁ ଏହା ଦେଶରେ ଉଚ୍ଚା ଦରରେ ବିକ୍ରି ହୋଇଥାଏ । ଏହି କାରଣରୁ ଲୋକମାନେ କେବଳ ଛୋଟ ଛୋଟ ଡବାରେ କିଣି ନିଜକୁ ଭାଗ୍ୟବାନ ମନେ କରିଥାନ୍ତି ।  କିନ୍ତୁ ଆପଣ ଜାଣନ୍ତି କି ହେଙ୍ଗୁ କିପରି ତିଆରି ହୁଏ ?

ଦେଶ-ଦୁନିଆରେ ବହୁତ କମ ଲୋକ ଜାଣିଥାନ୍ତି ହେଙ୍ଗୁ ତିଆରି କରିବାର ପଦ୍ଧତି । କହିବାକୁ ଗଲେ ହେଙ୍ଗୁ ଏକ ଉଦ୍ଭିଦରୁ ମିଳିଥାଏ । କିନ୍ତୁ ଏହା ଉଦ୍ଭିଦର ଉପରେ ନୁହେଁ ବରଂ ମୂଳରେ ମିଳିଥାଏ । ଏହି ଗଛର ଚେରକୁ ମାଟି ତଳୁ ବାହର କରିବା ପରେ ଏହାର ରସ ବାହାର କରାଯାଏ ।  ସେହି ରସକୁ ଅନେକ ପ୍ରକ୍ରିୟାକରଣ ପରେ ଏକ ପାଉଡରରେ ତିଆରି କରାଯାଏ ଏବଂ ସେହି ପାଉଡର ହୋଇଥାଏ ହେଙ୍ଗୁ । ଯାହାକୁ ଆମେମାନେ ଅନେକ ସମୟରେ ରୋଷେଇରେ ବ୍ୟବହାର କରିଥାଉ । ଏହାର ସୁଗନ୍ଧ ହିଁ ଖାଦ୍ୟର ସ୍ୱାଦକୁ ବଢାଇଥାଏ ।

ଭାରତରେ ହେଙ୍ଗୁ ରାଜସ୍ଥାନରେ ଚାଷ କରାଯାଏ । କିନ୍ତୁ ଦେଶରେ ଏହାର ଚାହିଦା ତୁଳନାରେ ଉତ୍ପାଦନ ଏକ ଓଟ ପାଟିରେ ଜିରା ସଦୃଶ । ସେଥିପାଇଁ ହେଙ୍ଗୁର ଆମଦାନୀ ଅନ୍ୟ ଦେଶରୁ ହୋଇଥାଏ ।  ଆମଦାନୀ ଶୁଳ୍କ ଲାଗୁ ହେତୁ ଏବଂ ଚାହିଦା ତୁଳନାରେ ଯୋଗାଣ ବହୁତ କମ୍ ଥିବାରୁ ଏହାର ମୂଲ୍ୟ ବହୁତ ଅଧିକ ରହିଥାଏ  । ବର୍ତ୍ତମାନ ସରକାର ନିଜେ ହେଙ୍ଗୁ ଉତ୍ପାଦନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.