ଗୋଟିଏ ଆଇଟମ୍‌ ଗୀତ ପାଇଁ ତମନ୍ନା କରନ୍ତି ଏତିକି ଟଙ୍କାର ଚାର୍ଜ, ଜାଣନ୍ତୁ କେତେ…

Published By : Prameya-News7 Bureau | May 20, 2023 IST

ମୁମ୍ଵାଇ ୨୦।୦୫: ବଲିଉଡ ଏବଂ ସାଉଥ୍‌ ଅଭିନେତ୍ରୀ ତମନ୍ନା ଭାଟିଆ । ପ୍ରାୟତଃ ସେ ଚର୍ଚ୍ଚାରେ ଥାଆନ୍ତି। ଅଭିନେତ୍ରୀଙ୍କ ସନ୍ଦୁରତା ପାଇଁ ସଭିଏଁ ଦିୱାନା । ତମନ୍ନା ବର୍ତ୍ତମାନ ସ୍ଵିଜର ଲ୍ୟାଣ୍ଡରେ  ତାଙ୍କର ଆଗାମୀ ଚଳଚ୍ଚିତ୍ର "ଭୋଲା ଶଙ୍କର" ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତମନ୍ନା ଜଣେ ଅଭିନେତ୍ରୀ ହେବା ସହ ସୁନ୍ଦର ଡ୍ୟାନ୍ସର । କିନ୍ତୁ ଜାଣିଛନ୍ତି କି ସେ ଗୋଟିଏ ଆଇଟମ୍ ଗୀତ ପାଇଁ କେତେ ଚାର୍ଜ କରନ୍ତି ।

ରିପୋର୍ଟରେ ଦର୍ଶାଯାଇଛି ଯେ ଅନିଲ ରବିପୁଦିଙ୍କ ନିର୍ଦ୍ଦେଶିତ ତଥା ନନ୍ଦାମୁରୀ ବାଲକ୍ରିଷ୍ଣାଙ୍କ ଅଭିନୀତ ଫିଲ୍ମ NBK108 ରେ ତମନ୍ନା ଏକ ବିଶେଷ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ତମନ୍ନା ଏକ ଆକର୍ଷଣୀୟ ଆଇଟମ୍ ଗୀତ କରିବାକୁ ରାଜି ହୋଇଛନ୍ତି, ଯେଉଁଥିପାଇଁ ସେ ୫୦,୦୦,୦୦୦ ଟଙ୍କା ମୂଲ୍ୟର ଫି ମାଗିଛନ୍ତି।

ଏହା ବ୍ୟତୀତ ତମନ୍ନା ବର୍ତ୍ତମାନ ନିର୍ଦ୍ଦେଶକ ନେସଲନ ଦିଲୀପ କୁମାରଙ୍କ ଅଭିନୀତ "ଜେଲର" ରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ନଜର ଆସିବେ । ପ୍ରଶଂସକଙ୍କ ସହ ନିଜର ଉତ୍ସାହ ବାଣ୍ଟି ସେ କିମ୍ବଦନ୍ତୀ ଅଭିନେତା ରଜନୀକାନ୍ତ ଏବଂ ମୋହନଲାଲଙ୍କ ସହ ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ଲୁକ୍ ସେୟାର କରିଥିଲେ। ତେବେ NBK108 ଦଳ ଏପର୍ଯ୍ୟନ୍ତ ଏହି ଖବର ବିଷୟରେ କୌଣସି ଅଫିସିଆଲି ସୂଚନା ପ୍ରକାଶ କରି ନାହାଁନ୍ତି ଏବଂ ତମନ୍ନା ସୋସିଆଲ ମିଡିଆରେ ଏ ବିଷୟରେ ନୀରବ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.