ନୂଆଦିଲ୍ଲୀ ୨୯।୦୭: ରାକ୍ଷୀ ପୂର୍ଣ୍ଣିମାକୁ ଭାଇ-ଭଉଣୀ ବହୁତ ଧୁମଧାମରେ ପାଳନ କରନ୍ତି । ଏହି ପର୍ବ ଭାଇ-ଭଉଣୀଙ୍କ ଅତୁଟ ସମ୍ପର୍କର ପ୍ରତୀକ । ଭାଇ ହାତରେ ରକ୍ଷାସୂତ୍ର ବାନ୍ଧି ଭଉଣୀ ଭାଇର ସୁଖି ଜୀବନର କାମନା କରିଥାଏ ଏବଂ ଭାଇ ଭଉଣୀର ରକ୍ଷା କରିବାକୁ କଥା ଦେଇଥାଏ ।
ଚଳିତବର୍ଷ ରାକ୍ଷୀ ପୂର୍ଣ୍ଣିମା ଅଗଷ୍ଟ ୯ରେ ପଡୁଛି । କିନ୍ତୁ ଜାଣନ୍ତି କି ରାକ୍ଷୀ ପିନ୍ଧିବାର ଏବଂ ଓହ୍ଲାଇବାର କିଛି ନିୟମ ରହିଛି । ପ୍ରାୟତଃ ଲୋକମାନେ ଏହି ପର୍ବ ପରେ ରାକ୍ଷୀକୁ କାଢି ୟାଡେ ସାଡେ ଫୋପାଡି ଦେଇଥାନ୍ତି । କିନ୍ତୁ ଏପରି କରିବା ଠିକ୍ ନୁହେଁ । ଆସନ୍ତୁ ଜାଣିବା ରାକ୍ଷୀ ଓହ୍ଲାଇବା ପରେ କଣ କରିବା ଉଚିତ୍ ?
ରାକ୍ଷୀ ପୂର୍ଣ୍ଣିମା ପରେ ରାକ୍ଷୀ ଓହ୍ଲାଇବାର କିଛି ନିର୍ଦ୍ଧିଷ୍ଟ ଦିନ କିମ୍ବା ସମୟ ନଥାଏ । ମାନ୍ୟତା ଅନୁସାରେ ରାକ୍ଷୀ ପିନ୍ଧିବାର ୨୪ ଘଣ୍ଟା ପରେ ଏହାକୁ ଓହ୍ଲାଇବା ଉଚିତ୍ । କିଛି ସ୍ଥାନରେ ତ ଜନ୍ମାଷ୍ଟମୀ ଦିନ ରାକ୍ଷୀ ଓହ୍ଲାଇଇବାର ପରମ୍ପରା ରହିଛି । ଅନେକ ବର୍ଷେ ଧରି ରାକ୍ଷୀ ପିନ୍ଧିଥାନ୍ତି । କିନ୍ତୁ ଏପରି କରିବା ଉଚିତ୍ ନୁହେଁ । କାହିଁକି ନା ଏହା ଅଶୁଭ ହୋଇଥାଏ ।
ଧ୍ୟାନ ରଖନ୍ତୁ ପିତୃପକ୍ଷ ଆରମ୍ଭ ହେବା ପୂର୍ବରୁ ହିଁ ରାକ୍ଷୀ ଯେମିତି ହେଲେ ଓହ୍ଲାଇଦେବା ଉଚିତ୍ । ରାକ୍ଷୀ ଏକ ପବିତ୍ର ସୁତା ହୋଇଥାଏ । ଏହାକୁ ଓହ୍ଲାଇବା ପରେ ରାକ୍ଷୀକୁ ବସର୍ଜନ କରିଦେବା ଉଚିତ୍ । ଯଦି ରାକ୍ଷୀକୁ ବିସର୍ଜନ ନ କରନ୍ତି ତେବେ ଏହାକୁ କୌଣସି ଗଛରେ ବାନ୍ଧି ଦିଅନ୍ତୁ । ଅଥବା ଏହାକୁ ଗଛ ମୂଳରେ ପୋତି ଦିଅନ୍ତୁ ।