ଦିନରେ କେତେ ଥର ଗ୍ରୀନ୍ ଟି ପିଇବା ଉଚିତ୍ ? ଜାଣନ୍ତୁ ବିଶେଷଜ୍ଞଙ୍କ ମତ...

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ ୦୧।୦୩: ଓଜନ ହ୍ରାସ ପାଇଁ ଲାଭଦାୟକ ଗ୍ରୀନ୍ ଟି । ନିୟମିତ ପିଇବା ଦ୍ବାରା ଶରୀରେ ମେଟାବୋଲିଜିମ୍ ବୃଦ୍ଧି ପାଏ ଏବଂ ଶରୀର ହାଲୁକା ଅନୁଭବ କରେ । କିନ୍ତୁ ଦିନକୁ କେତେ କପ୍‌  ଗ୍ରୀନ୍ ଟି ପିଇବା ଉଚିତ୍ ?

{"id":915737,"width":841,"height":631,"sizeSlug":"full","linkDestination":"none"}

ବିଶେଷଜ୍ଞଙ୍କ ଅନୁଯାୟୀ ଦିନକୁ କେବଳ ୨ କପ୍ ଗ୍ରୀନ୍ ଟି ପିଇବା ଉଚିତ୍ । ଓଜନ ହ୍ରାସ ପାଇଁ ଅତ୍ୟଧିକ ଗ୍ରୀନ୍ ଟି ପିଇବା ଦ୍ବାରା ପେଟରେ ଉତ୍ତେଜନା ସୃଷ୍ଟି ହୋଇପାରେ । କୁହାଯାଏ ଯେ ଏଥିରେ ଟେନିନ୍ ରହିଥାଏ, ଯାହା ଶରୀରରେ ଏସିଡ୍ ପରିମାଣକୁ ବଢାଇଥାଏ ।  

{"id":915738,"sizeSlug":"full","linkDestination":"none"}

ଯଦି ଜଣେ ବ୍ୟକ୍ତି ଦିନକୁ ୨ କିମ୍ବା ୩ କପରୁ ଅଧିକ ଗ୍ରୀନ୍ ଟି ପିଅନ୍ତି, ତେବେ ସେ ମାନସିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏମିତିକି ଏହାକୁ ଅଧିକ ମାତ୍ରାରେ ପିଇବା ଦ୍ୱାରା ମାଇଗ୍ରେନ୍ ମଧ୍ୟ ହୋଇପାରେ। ଅତ୍ୟଧିକ ଗ୍ରୀନ୍ ଟି ପିଇବା ନିଦ୍ରହୀନତାର କାରଣ ହୋଇଥାଏ । ନିଦ୍ରହୀନତାରୁ ଯୋଗୁଁ ଶରୀରରେ ମେଲାଟୋନିନ୍ ହରମୋନର ସନ୍ତୁଳନ ବିଗଡିପାରେ ।

{"id":915739,"sizeSlug":"full","linkDestination":"none"}

ରିପୋର୍ଟ ଅନୁଯାୟୀ, ଯଦି ଗ୍ରୀନ୍ ଟି ଅଧିକ ମାତ୍ରାରେ ପିଆଯାଏ, ତେବେ ଏହା ହଜମ ପ୍ରକ୍ରିୟାର କାର୍ଯ୍ୟକ୍ଷମତା ପ୍ରଭାବିତ ହୋଇପାରେ ।  ତେଣୁ ଗ୍ରୀନ୍ ଟିକୁ କେବଳ ବିଶେଷଜ୍ଞଙ୍କ ପରାମର୍ଶରେ ପିଅନ୍ତୁ ।

You Can Read:

wp:embed {"url":"https://www.prameyanews7.com/what-happens-in-body-if-you-do-not-eat-potatoes-for-one-month/","type":"wp-embed","providerNameSlug":"prameya-news-7"}
https://www.prameyanews7.com/what-happens-in-body-if-you-do-not-eat-potatoes-for-one-month/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.