'ଭୁଲରେ ହୋଇ ଥାଇପାରେ ମାଙ୍ଗାଲୁରୁ ବ୍ଲାଷ୍ଟ', ଅଭିଯୁକ୍ତକୁ ଆତଙ୍କବାଦୀ କହିବା ଉପରେ ବର୍ଷିଲେ କଂଗ୍ରେସ ନେତା

Published By : Prameya-News7 Bureau | December 15, 2022 IST

ନୂଆଦିଲ୍ଲୀ: କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର ମାଙ୍ଗାଲୁରୁ ବିସ୍ଫୋରଣ ଅଭିଯୁକ୍ତକୁ ଆତଙ୍କବାଦୀ କୁହାଯିବା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ଅଭିଯୋଗ ଆଣିଛନ୍ତି ଯେ ଗତ ମାସରେ ମାଙ୍ଗାଲୁରୁରେ ଅଟୋରିକ୍ସାରେ ହୋଇଥିବା କୁକର ବୋମ ବ୍ଲାଷ୍ଟ ଗୋଟିଏ ଭୁଲ ହୋଇ ଥାଇପାରେ । ବିସ୍ଫୋରଣକୁ ଆତଙ୍କବାଦୀ ଘଟଣା କହିବା ସହ ପୋଲିସ ୨୯ ବର୍ଷୀୟ ସରିକକୁ ଗିରଫ କରିଥିଲା । ଏହି ଘଟଣା ଏନଆଇଏ ହାତକୁ ଯିବା ପରେ ଅଧିକ ଚର୍ଚ୍ଚାକୁ ଆସିଛି ।

କର୍ଣ୍ଣାଟକ କଂଗ୍ରେସ ନେତା ଡିକେ ଶିବକୁମାର ଅଭିଯୋଗ କରିଛନ୍ତି ଯେ ବିଜେପି ସରକାର ଏବଂ ଡିଜିପି ମିଳିମିଶି କର୍ଣ୍ଣାଟକର ଛବିକୁ ବିଶ୍ୱ ସ୍ତରରେ ଖରାପ କରୁଛନ୍ତି । କର୍ଣ୍ଣାଟକ କଂଗ୍ରେସ କମିଟିର ଅଧ୍ୟକ୍ଷ କହିଛନ୍ତି ଯେ ବିନା କୌଣସି ତଦନ୍ତରେ ମାଙ୍ଗାଲୁରୁ ବିସ୍ଫୋରଣକୁ ଆତଙ୍କବାଦୀ ଗତିବିଧି ସହ ତୁଳନା କରି ଦିଆଗଲା।

କଂଗ୍ରେସ ନେତା ଯୁକ୍ତି ରଖିଛନ୍ତି ଯେ ବମ ବିସ୍ଫୋରଣକୁ ଭିନ୍ନ ଦୃଷ୍ଟିକୋଣରୁ ଦେଖାଯାଇ ପାରିବ । ସେ କହିଛନ୍ତି, ହୁଏତ କାହାଠୁ ହୋଇ ଥାଇପାରେ । କିନ୍ତୁ ଏହାକୁ ଭିନ୍ନ ରୂପରେ ଦର୍ଶାଯାଉଛି । ଉଲ୍ଲେଖଯୋଗ୍ୟ ଯେ ବିସ୍ଫୋରଣରେ ଅଭିଯୁକ୍ତ ନିଜେ ଆହତ ହୋଇଥିଲା ଏବଂ  ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଶିବକୁମାର ଅଭିଯୋଗ କହିଛନ୍ତି ଯେ ବିଜେପି ମତଦାତାଙ୍କୁ ଭ୍ରମିତ କରିବା ପାଇଁ ଏହି ଘଟଣାର ବ୍ୟବହାର କରୁଛି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସେମାନେ ଏପରି କରୁଥିବା କଂଗ୍ରେସ ଅଭିଯୋଗ ଆଣିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.