ଗୃହରେ ପାରିତ ହେଲା ଓଡ଼ିଶା ଅଗ୍ନିଶମ ସଂଶୋଧନ ବିଲ୍; ଏବେ ଆସିଲା ଏହି ସବୁ ନୂଆ ନିୟମ

Published By : Prameya-News7 Bureau | November 26, 2022 IST

ଭୁବନେଶ୍ୱର ୨୬/୧୧: ବିଧାନସଭାରେ ପାରିତ ହେଲା ଓଡ଼ିଶା ଅଗ୍ନିଶମ ସଂଶୋଧନ ବିଲ୍ ୨୦୨୨। ରାଜ୍ୟରେ ଅଗ୍ନି ନିରୋଧ ଓ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ଓଡ଼ିଶା ଅଗ୍ନିଶମ ସେବା ଅଧିନିୟମ ୧୯୯୩ ପ୍ରଣୟନ ହୋଇ କାର୍ଯ୍ୟକାରୀ ହେଉଛି। ଏଣିକି କମ୍ପାନୀ ଗୁଡ଼ିକ ଅଗ୍ନିଶମ ସୁରକ୍ଷା ପ୍ରଣାମ ପତ୍ର ରଖିବାରେ ବିଫଳ ହେଲେ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି। ଏହି ବିବାଦର ଆପୋଷ ସମାଧାନ କରିବାକୁ ଏଥିରେ ବ୍ୟବସ୍ଥା ରହିଛି। ଅଗ୍ନିଶମ ସେବା ନିର୍ଦ୍ଦେଶକ କିମ୍ବା ଅନ୍ୟ ପ୍ରାଧିକୃତ ଅଧିକାରୀଙ୍କ ଦ୍ବାରା ଜାରି ବିଜ୍ଞପ୍ତି ଆଦେଶ ଅଧିଗ୍ରହଣକୁ ପାଳନ କରିବାରେ ଅସମର୍ଥ ହେଲେ ଏହା ଆପୋଷ ସମାଧାନ ଭୁକ୍ତ ହେବ ନାହିଁ।

ଅଗ୍ନି ନିବାରଣ ବା ଅଗ୍ନି ନିର୍ବାପନ ସମ୍ବନ୍ଧୀୟ ସମସ୍ତ ମାମଲା ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଦ୍ଵାରା ବିଚାର ବ୍ୟବସ୍ଥା ରହିଛି। ଅଗ୍ନିଶମ ସେବା ନିର୍ଦ୍ଦେଶକ କିମ୍ବା ତାଙ୍କ ଦ୍ବାରା ପ୍ରାଧିକୃତ ଅଧିକାରୀଙ୍କ ଲିଖିତ ଅଭିଯୋଗ ବିନା କୌଣସି ନ୍ୟାୟାଳୟ ଅଗ୍ନିଶମ ନିୟମ ଉଲ୍ଲଙ୍ଘନ ଜନିତ ଅପରାଧକୁ ଧ୍ୟାନ ଦେବେ ନାହିଁ। ଅଗ୍ନିଶମ ସେବା ଅଧିନିୟମ କାର୍ଯକାରୀ କରିବା ହେତୁ ଆସିଥିବା ଅଭିଯୋଗ ଗୁଡିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ ପାଇଁ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ଓ ଦ୍ବିତୀୟ ଅପିଲ କର୍ତୃପକ୍ଷ ବ୍ୟବସ୍ଥା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.