ରବିବାରରେ ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସିର ଖବର- ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | March 14, 2020 IST

ମେଷ – ଆଜି ବିଶାଖା ନକ୍ଷତ୍ରସ୍ଥ ଚନ୍ଦ୍ର ସ୍ୱାସ୍ଥ୍ୟସମସ୍ୟା ଓ ପଡୋଶୀ ସହ ବିବାଦର କାରଣ ହେବ । କର୍ମକ୍ଷେତ୍ରରେ ବହୁ ଦିନରୁ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହୋଇଯିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

ବୃଷ – ମଙ୍ଗଳଙ୍କ ଦ୍ୱାରା ବିପରୀତ ରାଜଯୋଗ ଜମିଜମା ବିବାଦର ଅବସାନ ଘଟାଇବାରେ ସାହାର୍ଯ୍ୟ କରିବ । କର୍ମକ୍ଷେତ୍ରରେ ବାରମ୍ବାର ଚେଷ୍ଟା କରି ମଧ୍ୟ ଅସଫଳତା ହେତୁ ସହକର୍ମୀଙ୍କୁ ସନ୍ଦେହ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ମିଥୁନ - ଲାଭ ସ୍ଥାନରେ ଶୁକ୍ର ବିଳାସ ଉପକରଣ ପ୍ରଦାନ କରିବ କିନ୍ତୁ ଆଦ୍ରା ନକ୍ଷତ୍ରର ସାଧାରଣ ଘଟଣାରେ ଝଗଡା ଲାଗି ମାନସିକ ସ୍ଥିତି ବିଗିଡିଯାଇପାରେ । ବାରମ୍ବାର କ୍ଷତିଗ୍ରସ୍ତ ହୋଇ ବ୍ୟବସାୟରେ କିଛି ନୂତନ ପଦକ୍ଷେପ ନେବା ସକାଶେ ଚିନ୍ତା କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।

କର୍କଟ – ବୃହସ୍ପତି ଦୃଷ୍ଟି ଶୁକ୍ର କର୍ମାରମ୍ଭରେ ଆନନ୍ଦ ଓ ଶେଷ ପର୍ଯ୍ୟାୟରେ କଳହର କାରଣ ହୋଇପାରନ୍ତି । ଅଶ୍ଳେଷା ନକ୍ଷତ୍ର ଯୋଗୁ ଦୂରଯାତ୍ରା ଓ ବନ୍ଧୁମିଳନରୁ ସାମୟିକ ଆନନ୍ଦ ଅନୁଭବ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ସିଂହ – ଭାଗ୍ୟଭାବରେ ଶୁକ୍ର ଓ ଚନ୍ଦ୍ରଙ୍କ ଦୃଷ୍ଟି ବିନିମୟ, ବନ୍ଧୁ ଓ ଆତ୍ମୀୟମାନଙ୍କ ସାହାର୍ଯ୍ୟ, ସହ ଯୋଗ ପାଇଁ ବାଟ ଫିଟାଇବ । ଫଳତଃ ଦୀର୍ଘଦିନର ସୁଚିନ୍ତିତ ଯୋଜନାକୁ ବାସ୍ତବରୂପ ଦେବା ଦିଗରେ ଚେଷ୍ଟା କରି ସଫଳ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।

କନ୍ୟା – ଦ୍ୱିତୀୟରେ ଚନ୍ଦ୍ର ଥିବାରୁ ଆକର୍ଷଣୀୟ , ମନଲୋଭା କଥା କହି ବନ୍ଧୁଙ୍କ ମନ ଜିଣିପାରନ୍ତି । ଆର୍ଥିକ ସ୍ଥିତି, ପାରିବାରିକ ପରିସ୍ଥିତି, ହିତୈଷୀଙ୍କ ସହ ଯୋଗରୁ ସମସ୍ୟାମୁକ୍ତ ରହିବ । କର୍ମକ୍ଷେତ୍ରରେ ସହମତିରେ କାମକଲେ ସଫଳତା ପାଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ତୁଳା – ରାଶି ପ୍ରତି ଶୁକ୍ରଙ୍କ ପୂର୍ଣ୍ଣଦୃଷ୍ଟିରୁ ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ହେତୁ ସାମୟିକ ଖୁସି ଅନୁଭବ କରିବେ । ନିଜ ପରିସରର ବ୍ୟକ୍ତିବିଶେଷଙ୍କ ସାହାର୍ଯ୍ୟ, ସହ ଯୋଗରେ ଚେଷ୍ଟା କରୁଥିବା ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ମିଳିବ । ଶୁଭ ରଙ୍ଗ ଧୂସର । ଶୁଭ ୮ ।

ବିଛା – ପାପଯୁକ୍ତ ବୃହସ୍ପତି ଯୋଗୁ ବାରମ୍ବାର ନିଷ୍ପତ୍ତି ବଦଳାଇ ସମସ୍ୟାରେ ପଡିପାରନ୍ତି । ସ୍ୱାସ୍ଥ୍ୟହାନି କାରଣରୁ କୌଣସି କାମକୁ ଦୃଢତାର ସହ କରିବାକୁ ପଶ୍ଚାତ୍‌ପଦ ହେବା ସୂଚନା ରହିଛି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ଧନୁ – ଚନ୍ଦ୍ର ଓ ଶୁକ୍ରଙ୍କ ଶୁଭସଂସ୍ଥାନରୁ ଆପଣଙ୍କୁ କୌଣସି କାମରେ ନିରାଶ ହେବାକୁ ପଡିବ ନାହିଁ । ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବା କାରଣରୁ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ମକର – ଆଜିର ଗ୍ରହ ସ୍ଥିତି ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବାରେ ସହାୟକ ହେବ । ଧନିଷ୍ଠା ନକ୍ଷତ୍ର ସକାଶେ ଆକସ୍ମିକ ଭାବରେ ବିଭିନ୍ନ ପ୍ରକାର ମିଥ୍ୟା ଅଭିଯୋଗ ଆସିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

କୁମ୍ଭ - ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାର୍ଯ୍ୟ ଓ ସହାୟତାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସାଧନ କରିପାରିବେ । ଶତଭିକ୍ଷା ନକ୍ଷତ୍ର କିନ୍ତୁ କର୍ମକ୍ଷେତ୍ର ପ୍ରତି ଉଦାସୀନ ହେବେ, ଯଦ୍ୱାରା କେତେକ କଚୂକ୍ତି ଶୁଣିବାକୁ ପଡିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ମୀନ - ଧନଭାବରେ ଶୁକ୍ର ଓ ଏକାଦଶରେ ଶନି ଆପଣଙ୍କୁ ଅର୍ଥ ଓ ସମସ୍ୟା ଦାନ ସହ କାର୍ଯ୍ୟ ସିଦ୍ଧି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବେ । ବନ୍ଧୁମାନଙ୍କ ପରାମର୍ଶ ଅନୁସାରେ ପାରିବାରିକ ସମସ୍ୟା ସମାଧାନ ଦିଗରେ ଚେଷ୍ଟା କରିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ଞ୍ଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.