ଶୁକ୍ରବାର ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଅଛି ଧନ ଲାଭ- ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | May 21, 2020 IST

ମେଷ – ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହୋଇପାରେ । ଘାତଚନ୍ଦ୍ର ଥାଇବି କୌଣସି କ୍ଷୟ-କ୍ଷତିର ପ୍ରଶ୍ନ ଉଠୁ ନାହିଁ । ଧନଯୁକ୍ତ ହେବେ । ଉପାର୍ଜନ ଉଣା ହେବ ନାହିଁ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ବୃଷ – ଶୁଭ କାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୁଯୋଗ ଅଛି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।

ମିଥୁନ - ଧନାଗମର ସୁଯୋଗ ସୃଷ୍ଟି ହୋଇଛି । ନାନାବିଧ ସମ୍ମାନର ଅଧିକାରୀ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । ଯାନବାହନ ସୁଖ ମିଳିପାରେ । ଆନନ୍ଦ ଉପ-ଭୋଗ କରିବେ । ଅପାର ଗୁଣର ଅଧିକାରୀ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

କର୍କଟ – ବିଭିନ୍ନ ସ୍ତରରେ ସମ୍ମାନିତ ହେବେ ନୈତିକ ବଳରେ ବଳୀୟାନ୍ ହୋଇପାରନ୍ତି । ମାନ୍ୟତା ପ୍ରାପ୍ତ ହେବେ । ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ଘଟିବ । ଚାକିରି କ୍ଷେତ୍ରରେ ପଦୋନ୍ନତିର ସୌଭାଗ୍ୟ ଅଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ସିଂହ – ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । ଦେବ ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

କନ୍ୟା – କାର୍ଯ୍ୟଟି ଯେପରି ହାତରୁ ଖସି ନ ଯାଏ । ସେଥିପ୍ରତି ଯତଃବାନ୍ ହେବାକୁ ପଡିବ । ସାମାନ୍ୟ ଶାରୀରିକ ପୀଡା ଅନୁଭବ କରିପାରନ୍ତି । ଶତ୍ରୁଭାବ ସୃଷ୍ଟି ହୋଇପାରେ, ମାତ୍ର ଅନିଷ୍ଠ ହେବ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।

ତୁଳା – ବନ୍ଧୁ ସହାୟତା ପାଇ ଲାଗି ରହିଥିବା ଝାମେଲାର ଅନ୍ତ ଘଟାଇ ପାରନ୍ତି । ଆନନ୍ଦ ଉତ୍ସବରେ ସମୟ ଅତିବାହିତ ହୋଇପାରେ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।

ବିଛା – ଶତ୍ରୁର ଉପସ୍ଥିତି ନେଇ ପ୍ରତିକାର ପାଇଁ ତତ୍ପର ହେବେ । ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି । ରାଜପୂଜା ମିଳିବ । ଯାନବାହନଯୁକ୍ତ ଓ ନଗର ବା ଗ୍ରାମାଧୀଶ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ଧନୁ – ପ୍ରତାରକମାନେ ତାଙ୍କ କୁ କାର୍ଯ୍ୟରୁ ଓହରି ଯିବାକୁ ବାଧ୍ୟ ହେବେ । ସେମାନଙ୍କୁ ଆପଣଙ୍କ କାର୍ଯ୍ୟକଳାପ ବିସ୍ମିତ କରିପାରେ । ବ୍ୟବସାୟରୁ ଅଧିକ ଲାଭ ମିଳିବ । ବିତ୍ତଶାଳୀ ହୋଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।

ମକର – ବନ୍ଧୁଙ୍କ ସହିତ ଅତିମାତ୍ରାରେ ସଂପର୍କ ବୃଦ୍ଧି କାରଣରୁ ଗୌରବହୀନ ହୋଇପାରନ୍ତି । ନିଜକୁ କଳହମୁକ୍ତ ରଖିବାକୁ ଉଦ୍ୟମ ଜାରି ରଖିବେ । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢି ତୋଳିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

କୁମ୍ଭ - ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ବହନ କରିପାରନ୍ତି । ସାଧନାରେ ସିଦ୍ଧି ଲାଭ କରିବେ । ଆଶା ଫଳବତୀ ହେବ । ପରିଶ୍ରମର ମୂଲ୍ୟ ମିଳିବ । କାର୍ଯ୍ୟରେ ସଫଳତା ମିଳିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ମୀନ - ସାମୟିକ ଭାବେ ବିଶ୍ରାମ ନେବାକୁ ଇଚ୍ଛା ପ୍ରକାଶ କରିପାରନ୍ତି । ଭାଗ୍ୟଶାଳୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ସଫଳତା ମିଳିବ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.