Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗରମରୁ ରକ୍ଷା ପାଇବାକୁ ଡାକ୍ତର ପାଞ୍ଚିଲେ ଉପାୟ, କାର୍‌ରେ ଲେପିଲେ ଗୋବର

25/04/2023 at 12:29 PM

ମଧ୍ୟପ୍ରଦେଶ ୨୫/୦୪: ସାରା ଦେଶରେ ଅନୁଭୂତ ହେଉଛି ଅସହ୍ୟ ଖରା ଗରମ । ଘରୁ ବାହାରିବା ହୋଇପଡୁଛି ମୁସ୍କିଲ୍ । ଖରା ତାତିରେ ଅନୁଭୂତ ହେଉଛି ପ୍ରଚଣ୍ଡ ତାତି । ମଣିଷ ତ ମଣିଷ ଗାଡି ମଟରର ବି ଉଡିଯାଉଛି ରଙ୍ଗ ।

ଖାସ କରି ଯଦି ଦାମୀ ଗାଡି ଗୁଡିକର ରଙ୍ଗ ଉଡିଯାଏ ତେବେ ଆପଣ କଣ କରିବେ । ତା’ହେଲେ ଏହି ସମୟରେ ଆପଣ କ’ଣ କରିବେ? ଗାଡ଼ିକୁ କଭର ଅପ୍ କରିବେ ବା ଛାଇରେ ରଖିବେ । ହେଲେ ଏଥିରୁ ବର୍ତ୍ତବାକୁ ଜଣେ ଡାକ୍ତର ପାଞ୍ଚିଛନ୍ତି ଉପାୟ । ଖରାରୁ ରକ୍ଷା ପାଇବାକୁ ଯାଇ ମଧ୍ୟପ୍ରେଦଶ ସାଗରର ଜଣେ ହୋମିଓପାଥି ଡାକ୍ତର ଶୁସିଲ୍ ସାଗର ଏମିତି କରିଛନ୍ତି ଯାହା ଜାଣିଲେ ଆପଣ ହୋଇଯିବେ ତାଜୁବ ।

ଡାକ୍ତର ଜଣଙ୍କ କାର୍‌କୁ ଥଣ୍ଡା ରଖିବା ପାଇଁ କାର ଉପରେ ଲଗାଇଛନ୍ତି ସନ୍‌ସ୍କ୍ରିନ୍ । ତେବେ ଏହା ସନ୍‌ସ୍କ୍ରିନ୍ କ୍ରିମ୍ ନୁହେଁ ବରଂ ଗୋବରର ପ୍ରଲେପ ଲଗାଇଛନ୍ତି । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ବ୍ରୁଟ୍ ଇଣ୍ଡିଆ ପକ୍ଷରୁ ଏହାକୁ ସେୟାର କରାଯାଇଛି । ଭାଇରାଲ୍ ହୋଇଥିବା ଭିଡିଓରେ ଲେଖାଅଛି ମଧ୍ୟପ୍ରଦେଶର ଜଣେ ଡାକ୍ତର ଏମିତି କରିଛନ୍ତି ।

ଡାକ୍ତର ଜଣଙ୍କ ଅଧିକ ଖରାରୁ ନିଜ କାର୍‌କୁ ରକ୍ଷା କରିବାକୁ ଯାଇ ଏହିପରି କରିଛନ୍ତି। ଫେସ୍‌ବୁକ୍‌ରେ ସେୟାର ହୋଇଛି ଏହାର ଭିଡିଓ । ଫଟୋ ପୋଷ୍ଟ ପରେ ଲୋକେ ବି ଦେଉଛନ୍ତି ମଜାଳିଆ କମେଣ୍ଟ । ଯାହାକୁ ୬୦ ହଜାରରୁ ଅଧିକ ଲୋକ ଲାଇକ୍ ବି କରିଛନ୍ତି । ଅନେକ ଲୋକ ଏହାକୁ ସେୟାର ବି କରିଛନ୍ତି । ଗତ କିଛିଦିନ ତଳେ ଜଣେ ମହିଳା ବି ଏମିତି କାରରେ ଗୋବରର ପ୍ରଲେପ ଦେଇଥିଲେ । ସୋସିଆଲ ମିଡିଆରେ ତାଙ୍କର ଫଟୋ ଭାଇରାଲ୍ ହୋଇଥିଲା ।

   Related Posts