କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ସେଫ୍ କ୍ୟାମ୍ପେନ୍ କରିବ ଉଚ୍ଚଶିକ୍ଷା ବିଭାଗ, ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବାକୁ ପଦକ୍ଷେପ

Published By : Prameya-News7 Bureau | August 13, 2025 IST

ଭୁବନେଶ୍ବର ୧୩।୮: କ୍ୟାମ୍ପସ୍‌ରେ ସେଫ୍‌ କ୍ୟାମ୍ପେନ୍‌ କରିବ ଉଚ୍ଚଶିକ୍ଷା ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବାକୁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସବୁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ସେଫ୍ କ୍ୟାମ୍ପେନ ସଚେତନତା ଶିବିର କରିବ ଉଚ୍ଚଶିକ୍ଷା ବିଭାଗ । 

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଶକ୍ତିଶ୍ରୀ ସ୍କିମ୍‌ରେ ସେଫ୍‌ କ୍ୟାମ୍ପେନ୍ ଭଳି କାର୍ଯ୍ୟକ୍ରମ କରିବାକୁ ଯାଉଛି ଉଚ୍ଚଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କ ମାନସିକ ସନ୍ତୁଳନ କିପରି ଠିକ୍ ରହିବ ଓ କୌଣସି ପରିସ୍ଥିତିରେ ବି କେହି ଯେମିତି ଦୁର୍ଭାଗ୍ୟ ଜନକ ପଦକ୍ଷେପ ନନିଅନ୍ତି ଶକ୍ତିଶ୍ରୀ ଯୋଜନାରେ ପଦକ୍ଷେପ ନିଆଯାଇଛି । କ୍ୟାମ୍ପସରେ ସଚେତନତା ସହ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବା ଦରକାର । ଯଦି କେହି କୌଣସି ଘଟଣାକୁ ନେଇ ବ୍ୟସ୍ତ ବିବ୍ରତ ହେଉଛନ୍ତି ତାଙ୍କୁ ବୁଝେଇବାକୁ ପଡ଼ିବ । ତାଙ୍କ ଉଚିତ ଫୋରମ୍ ଅଛି ତାଙ୍କୁ ସେ ବିଷୟରେ ବୁଝାଇବାକୁ ପଡିବ । ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବାପା-ମା’ ଓ ଶିକ୍ଷକ ମାନଙ୍କୁ ଗୋଟେ ଅନୁକୂଳ ପରିବେଶ ସୃଷ୍ଟି କରାଯିବ ବୋଲି ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି । 

You Can Read:

ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତା ହ୍ରାସ ପ୍ରସଙ୍ଗ : ସରକାରଙ୍କୁ ଘେରିଲେ ବିରୋଧୀ, ମନ୍ତ୍ରୀ କହିଲେ ଲୋକଙ୍କ ସୁବିଧା ପାଇଁ ଏହା କରାଯାଇଛି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.