ଶାହୀ ମସଜିଦ୍‌କୁ ବିବାଦୀୟ ନିର୍ମାଣ ଘୋଷଣା ପାଇଁ ହିନ୍ଦୁ ପକ୍ଷର ଆବେଦନ ଖାରଜ କଲେ କୋର୍ଟ

Published By : Prameya-News7 Bureau | July 04, 2025 IST

internet

ନୂଆଦିଲ୍ଲୀ: ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହୀ ଇଦଗା ମସଜିଦକୁ ନେଇ ଆଇନଗତ ଲଢ଼େଇ ଚାଲିଥିବା ବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶାହୀ ମସଜିଦକୁ ବିବାଦୀୟ ଢାଞ୍ଚା ଘୋଷଣା କରିବାକୁ ହିନ୍ଦୁ ପକ୍ଷ ଦ୍ୱାରା ହୋଇଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। 

ଆବେଦନ ପତ୍ର ଏ-୪୪ରେ କୋର୍ଟ ରେକର୍ଡ ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥାରେ ଶାହି ଇଦଗା ମସଜିଦକୁ ଆନୁଷ୍ଠାନିକ ଭାବରେ ଏକ "ବିବାଦୀୟ ନିର୍ମାଣ" ଘୋଷଣା କରିବାକୁ ଆବେଦନ କରାଯାଇଥିଲା। ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ମହେନ୍ଦ୍ର ପ୍ରତାପ ସିଂହଙ୍କ ଏହି ଆବେଦନ କରିଥିଲେ। ତେବେ ଶୁଣାଣି କରୁଥିବା ଜଷ୍ଟିସ୍ ରାମ ମନୋହର ନାରାୟଣ ମିଶ୍ରଙ୍କ ଜଣିଆକିଆ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

ଆବେଦନ A-44 ରେ କୋର୍ଟଙ୍କୁ ବିଶେଷ ଭାବରେ ଅନୁରୋଧ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ସେ ସମ୍ପୃକ୍ତ ଷ୍ଟେନୋଗ୍ରାଫରଙ୍କୁ ଚାଲୁଥିବା ମାମଲାର ଡକ୍ୟୁମେଣ୍ଟ ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥାରେ "ଶାହୀ ଇଦଗା ମସଜିଦ" ଶବ୍ଦ ବଦଳରେ "ବିବାଦୀୟ ନିର୍ମାଣ"ରେ ବଦଳାଇବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା। 

ଅନ୍ୟପଟେ ମୁସଲିମ ପକ୍ଷ ଏହି ଦାବି ଉପରେ ଏକ ଲିଖିତ ଆପତ୍ତି ଦାଖଲ କରିଥିଲା। ମସଜିଦ ସମ୍ପର୍କରେ ସରକାରୀ ଡକ୍ୟୁମେଣ୍ଟରେ ଏପରି କୌଣସି ପରିବର୍ତ୍ତନକୁ ମୁସ୍ଲିମ ପକ୍ଷ ବିରୋଧ କରିଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ ଏବଂ ମୁସଲିମ ପକ୍ଷ ଦ୍ୱାରା ଉଠାଯାଇଥିବା ଆପତ୍ତିକୁ ସମର୍ଥନ କରିଥିଲେ। ଅଗଷ୍ଟ ୨ ତାରିଖରେ ଏହାର ପବର୍ତ୍ତି ଶୁଣାଣି ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.