Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

Watantrya Veer Savarkar: ‘ବହୁ ପୂର୍ବରୁ ହିଁ ସ୍ୱାଧୀନତା ମିଳିଥାଆନ୍ତା ଯଦି ଗାନ୍ଧୀ ଜୀ…’, ସାବରକର ଟିଜର ରିଲିଜ୍

28/05/2023 at 7:27 PM

ନୂଆଦିଲ୍ଲୀ: ବୀର ସାବରକରଙ୍କ ୧୪୦ତମ ଜନ୍ମ ଜୟନ୍ତୀ ଅବସରରେ ରଣଦୀପ ହୁଡ୍ଡାଙ୍କ ଫିଲ୍ମ ସ୍ୱାତନ୍ତ୍ରୟ ବୀର ସାବରକରର ଟିଜର ରିଲିଜ ହୋଇଛି । ଏହି ଫିଲ୍ମରେ ରଣଦୀପ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମର ପୋଷ୍ଟର ମଧ୍ୟ କିଛି ମାସ ଆଗରୁ ଆସିଥିଲା । ଏହି ଫିଲ୍ମରେ ରଣଦୀପ ହୁଡ୍ଡା ନିର୍ଦ୍ଦେଶକ ଭାବେ ଡେବ୍ୟୁ କରୁଛନ୍ତି । ୧ ମିନିଟ୍ ୧୩ ସେକେଣ୍ଡର ଭିଡିଓରେ ସେ ନିଜ ଅଭିନୟରେ ସଭିଙ୍କୁ ପ୍ରଭାବିତ କରିଛନ୍ତି । ଭିଡିଓର ଆରମ୍ଭରେ ବୀର ସାବରକରଙ୍କ ଭୂମିକାରେ ଥିବା ରଣଦୀପ ହୁଡ୍ଡା ଜେଲ ଭିତରେ ଚାଲୁଥିବା ନଜର ଆସୁଛନ୍ତି । ବ୍ୟାକଗ୍ରାଉଣ୍ଡରେ ଶୁଣିବାକୁ ମିଳୁଛି, ସ୍ୱାଧୀନତାର ଲଢେଇ ୯୦ ବର୍ଷ ଚାଲିଲା । କିନ୍ତୁ ଏହି ଲଢେଇ କେବଳ କିଛି ଜଣ ହିଁ ଲଢିଥିଲେ ଅନ୍ୟମାନେ କ୍ଷମତାର ଭୋକିଲା ଥିଲେ ।  

ଭିଡିଓରେ ଭାରତୀୟଙ୍କ ଉପରେ ଇଂରେଜଙ୍କ ଆତ୍ୟାଚାରକୁ ଦେଖାଯାଇଛି । ବ୍ୟାକଗ୍ରାଉଣ୍ଡରେ ଅଭିନେତା କହୁଛନ୍ତି, ଗାନ୍ଧୀ ଜୀ ଖରାପ ନଥିଲେ, କିନ୍ତୁ ସେ ଯଦି ନିଜ ଅହିଂସାଦାବୀ ବିଚାରଧାର ଉପରେ ଅଡି ରହି ନଥାଆନ୍ତେ ତେବେ ଭାରତ ୩୫ ବର୍ଷ ପୂର୍ବରୁ ହିଁ ସ୍ୱାଧୀନ ହୋଇସାରନ୍ତା । ସାବରକର ହିଁ ଇଂରେଜଙ୍କ ମୋଷ୍ଟ ୱାଣ୍ଟେଡ୍ ଇଣ୍ଡିଆନ୍ ଥିଲେ ବୋଲି ଟିଜରରେ ଲେଖାଯାଇଥିବା ଦେଖିବାକୁ ମିଳିଛି । ଏହାସହ ସାବରକରଙ୍କଠାରୁ ଭଗତ ସିଂ, ସୁଭାଷ ଚନ୍ଦ୍ର ବୋଷ ଏବଂ ଖୁଦୀରାମ ବୋଷ ପ୍ରେରିତ ହୋଇଥିବା କୁହାଯାଇଛି ।

ଟିଜରରେ ରଣଦୀପ କହୁଛନ୍ତି, ‘ସୁନାର ଲଙ୍କା ମଧ୍ୟ ମୂଲ୍ୟବାନ ଥିଲା, କିନ୍ତୁ ଯଦି ବିଷୟ କାହାର ସ୍ୱାଧୀନତାର ହୁଏ ତେବେ ରାବଣର ଶାସନ ହେଉ ଅବା ବ୍ରିଟିଶ ଶାସନ ଦହନ ହେବା ନିଶ୍ଚିତ’ ।

ଫିଲ୍ମକୁ ଆନନ୍ଦ ପଣ୍ଡିତ ଏବଂ ସନ୍ଦୀପ ସିଂ ନିର୍ମାଣ କରିଛନ୍ତି । ଏଥିରେ ଅଙ୍କିତା ଲୋଖଣ୍ଡେ ଏବଂ ଅମିତ ସିୟାଲ ମଧ୍ୟ ନଜର ଆସିବେ । ରଣଦୀପ ହୁଡ୍ଡା ଏବଂ ଉତ୍କର୍ଷ ନୈଥାନୀ ଏହାକୁ ଲେଖିଛନ୍ତି । ଫିଲ୍ମ ଚଳିତ ବର୍ଷ ହିଁ ବଡ଼ ପରଦାକୁ ଆସିବ ।

READ

   Related Posts