Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଲଗାଣ ବର୍ଷାରେ ସ୍ଥିତି ବେହାଲ : ଧୋଇଗଲା ଆପ୍ରୋଚ ରୋଡ୍‌, ୧୫ ପଞ୍ଚାୟତବାସୀ ଯାତାୟାତ ଠପ୍‌

10/08/2022 at 12:57 PM

ଢେଙ୍କାନାଳ ୧୦।୦୮:  ଲଗାଣ ବର୍ଷାରେ ଢେଙ୍କାନାଳ ଜିଲ୍ଲାରେ ସ୍ଥିତି ବେହାଲ । ବର୍ଷା ଲାଗି ବିଭିନ୍ନ ସ୍ଥାନରେ ରାସ୍ତା ଘାଟରେ ପାଣି ଜମି ଯାତାୟତରେ ନାହିଁନଥିବା ହନ୍ତସନ୍ତ ହେଉଛନ୍ତି ଲୋକେ।ସେପଟେ କାମାକ୍ଷାନଗର ତୁମୁସିଂହା ଅଞ୍ଚଳରେ ସ୍ଥିତି ସଙ୍ଗୀନ ହୋଇପଡିଛି ।

ଖବର ଅନୁଯାୟୀ, କାମାକ୍ଷାନଗର ବ୍ଲକ ତୁମୁସିଂହା ଠାରେ ଆପ୍ରୋଚ ରୋଡଟି ସମ୍ପଣ୍ଣ ଭାବେ ଧୋଇ ଯାଇଛି। ଆଲୁଅଝରଣ-ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତାର ତୁମୁସିଂହା ଜୋର ଉପରେ ବ୍ରିଜ କାମ ଚାଲିଛି। ସେଥିପାଇଁ ଅସ୍ଥାୟୀ ଭାବେ ତିଆରି ଆପ୍ରୋଚ ରୋଡ ଦେଇ ଏହି ଅଞ୍ଚଳର ଅନ୍ୟୁନ ୧୫ରୁ ଅଧିକ ପଞ୍ଚାୟତବାସୀ ସେହି ବାଟ ଦେଇ ଯିବାଆସିବା କରନ୍ତି। କିନ୍ତୁ ମଙ୍ଗଳବାର ରାତିରେ ଲଗାଣ ବର୍ଷାରେ ଅତ୍ୟଧିକ ପାଣି ଲାଗି ଆପ୍ରୋଚ ରୋଡଟି ପୁରା ଧୋଇଯାଇଛି। ଫଳରେ ଏହିବାଟରେ ଯାତାୟତ ସଂପୂର୍ଣ୍ଣ ଠପ  ହୋଇଯାଇଛି । ତେଣୁ ତୁରନ୍ତ  ଏହି  ରାସ୍ତାର ମରାମତି ପାଇଁ ସ୍ଥାନୀୟବାସୀ ଦାବି କରିଛନ୍ତି ।

   Related Posts