ଆହୁରି କଲବଲ କରିବ ତାତି, କଟକ-ଭୁବନେଶ୍ବରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା

Published By : Prameya-News7 Bureau | June 12, 2023 IST

ଭୁବନେଶ୍ବର ୧୨।୬: ଜଳୁଛି ସାରା ରାଜ୍ୟ । ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି । ଅସହ୍ୟ ଗୁଳୁଗୁଳି ସାଙ୍ଗ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହି ସମୟରେ ସୋମବାର ଟ୍ୱିନ୍-ସିଟି କଟକ ଏବଂ ରାଜଧାନୀ ଭୁବନେଶ୍ବର ସହରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସ୍ୱାଭାବିକ ତୁଳନାରେ ୬.୫ ଡ଼ିଗ୍ରୀ କିମ୍ବା ଅଧିକ ବ୍ୟବଧାନରେ ରେକର୍ଡ ହୋଇପାରେ ସର୍ବୋଚ୍ଚ ଦିନ ତାପମାତ୍ରା ।

wp:html /wp:html

ସେପଟେ ସୋମବାର ସକାଳ ୮ଟା ୩୦ମିନିଟ୍ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୫.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ଝାରସୁଗୁଡାରେ ୩୭.୨ ଡ଼ିଗ୍ରୀ, ସମ୍ବଲପୁରରେ ୩୬.୬ ଡ଼ିଗ୍ରୀ, ହୀରାକୁଦରେ ୩୫.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୫ ଡ଼ିଗ୍ରୀ, ପୁରୀରେ ୩୪.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୪.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୪ ଡ଼ିଗ୍ରୀ, ପାରାଦୀପରେ ୩୨.୪ ଡ଼ିଗ୍ରୀ ଏବଂ ଗୋପାଳପୁରରେ ୩୨.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

wp:embed {"url":"https://www.prameyanews7.com/weather-update-in-odisha-274/","type":"wp-embed","providerNameSlug":"prameya-news-7"}
https://www.prameyanews7.com/weather-update-in-odisha-274/
/wp:embed

ସୋମବାର ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୬୫% ଆଦ୍ରତା ରେକର୍ଡ କରାଯାଇଛି । ସେହିଭଳି ପାରାଦୀପରେ ୮୩%, ଚାନ୍ଦବାଲିରେ ୮୦%, ଗୋପାଳପୁରରେ ୭୯%, ପୁରୀରେ ୭୬%, ବାଲେଶ୍ୱରରେ ୭୧%, ଭୁବନେଶ୍ୱରରେ ୬୫%, ହୀରାକୁଦରେ ୪୯%, କେନ୍ଦୁଝରରେ ୪୪%, ସମ୍ବଲପୁରରେ ୪୧% ଏବଂ ଝାରସୁଗୁଡାରେ ୩୩% ରେକର୍ଡ କରାଯାଇଛି ।

You Can Read :

wp:embed {"url":"https://www.prameyanews7.com/temperature-in-odisha-records-at-8-30am-on-12th-june/","type":"wp-embed","providerNameSlug":"prameya-news-7"}
https://www.prameyanews7.com/temperature-in-odisha-records-at-8-30am-on-12th-june/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.