ସକାଳୁ ଅସହ୍ୟ ତାତି ଅନୁଭୂତ

Published By : Prameya-News7 Bureau | June 19, 2018 IST

ସକାଳୁ ସୂର୍ଯ୍ୟ ତାଙ୍କର ପ୍ରକୋପ ଆରମ୍ଭ କରିଦେଲେଣି । ସକାଳୁ ଅସହ୍ୟ ତାତି ଅନୁଭୂତ ହେଉଛି । ଦେହ ହାତ ଜଳି ଯାଉଛି । ଘରୋଇ ପାଣିପାଗ ସଂସ୍ଥା ଆକ୍ୟୁ ୱେଦର ଅନୁଯାୟୀ ସକାଳ ୯ଟା ସୁଦ୍ଧା ଭୁବନେଶ୍ବରର ପାରଦ ୩୬ ଡିଗ୍ରୀ ସେଲସିଅସ୍ ରହିଛି । ତେବେ ଆକାଶ ସାମାନ୍ୟ ମେଘୁଆ ରହିଛି ଏବଂ ଆର୍ଦ୍ରତା ପ୍ରାୟ ୬୦ପ୍ରତିଶତ ରହୁ ଥିବାରୁ ୪୩ଡିଗ୍ରୀ ଭଳି ତାତି ଅନୁଭୂତ ହେଉଛି । ତେବେ ଦିନ ଗୋଟେ ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଟପିଯିବ । କିନ୍ତୁ ସେହିସମୟରେ ୪୬ ରୁ ୪୭ ଡିଗ୍ରୀ ସେଲସିଅସ୍ ଭଳି ତାତି ଅନୁଭୁତ ହୋଇପାରେ । ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି । ରାଜ୍ୟର ୧୫ଟି ସହରରେ କାଲି ତାତି ୪୦ଡିଗ୍ରୀ ଟପିତିଲା । ଆଜି ମଧ୍ୟ ଅନେକ ସ୍ଥାନରେ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି । ଦିନ ୫ଟା ଯାଏ ଭୀଷଣ ତାତି ଅନୁଭୂତ ହେବ । ରାତିରେ ବି ଗରମ ଗୁଳୁଗୁଳିରୁ ବିଶେଷ ନିସ୍ତାର ମିଳିବନି । କିନ୍ତୁ ଆଜି ବର୍ଷାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.