ତାତିରେ ସିଝୁଛି ପଶ୍ଚିମ ଓଡ଼ିଶା, ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ପାରଦ ୪୫ ଉପରେ

Published By : Prameya-News7 Bureau | June 18, 2023 IST

ଭୁବନେଶ୍ଵର: ଅସହ୍ୟ ଗରମ । ଗମଗମ ବୋହୁଛି ଝାଳ । ସହି ହେଉନି ଗୁଳୁଗୁଳି ।  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ମ୍ୟାପ୍‌କୁ ଦେଖିଲେ ଲାଗୁଛି ସତରେ ଯେମିତି ଇଷତ ଲାଲ ମଙ୍ଗଳ ଗ୍ରହ ପରି । ଆଗାମୀ ଦୁଇ ଦିନ ଯାଏ ନିସ୍ତାର ନାହିଁ । ଏଭଳି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।  ଆଜି ମଧ୍ୟ ପଶ୍ଚିମ ଓଡ଼ିଶା ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇଛି ଏବଂ ଆକାଶରୁ ଅଗ୍ନି ବର୍ଷା ହୋଇଛି।

ପଶ୍ଚିମ ଓଡ଼ିଶାର କିଛି ସହରରେ ତାପମାତ୍ରା ୪୪ ଡ଼ିଗ୍ରୀ ଉପରେ ରେକର୍ଡ଼ କରାଯାଇଛି । ଦିନ  ୨ଟା ୩୦ ସୁଦ୍ଧା ସମ୍ବଲପୁର ୪୫.୪ ଡ଼ିଗ୍ରୀ, ଝାରସୁଗୁଡ଼ା ୪୪.୪, ହୀରାକୁଦ୍ ୪୪.୨ ଏବଂ ଭୁବନେଶ୍ବର ୪୦ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ ହୋଇଛି । ସେହିଭଳି  ପୁରୀ ୭୮ ପ୍ରତିଶତ,  ପାରାଦୀପ ରେ ୭୭ ପ୍ରତିଶତ, ଗୋପାଳପୁର ୭୫ ପ୍ରତିଶତ, ବାଲେଶ୍ବରରେ ୭୩ ପ୍ରତିଶତ ଆଦ୍ରତା ରେକର୍ଡ଼ କରାଯାଇଛି ।

Heat wave continues to hit normal life in Odisha

ସେପଟେ ଆସନ୍ତାକାଲି ପାଇଁ  କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୂଗୁଳୂ, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଦା, କଟକ, ଢେଙ୍କାନାଳ ଓ ବୌଦ୍ଧ ଜିଲାର ଗୋଟିଏ କିଛି ସ୍ଥାନରେ ହିଟ ଓ୍ଵେଭ୍ ଟୁ ସିଭିୟର ହିଟ୍ ଓ୍ଵେଭ୍ ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଏହି ଜିଲା ଗୁଡ଼ିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

Absence of Sea Breeze Cause Heat Wave in Odisha | India News Diary

ସେହିଭଳି  ଯାଜପୁର, କଳାହାଣ୍ଡି, ନୂଆପଡ଼ା, ମୟୁରଭଞ୍ଜ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହିଟ୍ ଓ୍ଵେଭ୍ ପାଇଁ ସତର୍କ ସୂଚନା ଦିଆଯାଇଛି । ଅନ୍ୟପଟେ ଯଦି ଦେଖିବା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ରଥଯାତ୍ରା ଦିନ ବି କିଛି ଜିଲ୍ଲାକୁ ହିଟ ଓ୍ଵେଭ୍‌ ଟୁ ସିଭିୟର ହିଟ୍ ଓ୍ଵେଭ୍ ହେବା ନେଇ  ସତର୍କ ସୁଚନା ଦେଇଛି ପାଣିପାଗ ବିଭାଗ ।

wp:heading {"level":4}

ଏ ଖବର ପଢନ୍ତୁ- ଆଣ୍ଟାର୍କଟିକାର ବିଯୁକ୍ତ ୯୮ ଡିଗ୍ରି ସେଲସିୟସ୍‌ ତାପମାତ୍ରାରେ ରହୁଛନ୍ତି ୪ ହଜାର ଲୋକ, ଅଧିକାଂଶ ସମୟ କଟୁଛି ଅନ୍ଧାରରେ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.