ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ହିଟ ୱେଭ ଜାରି
8/05/2018 at 12:07 PM

ଉପକୂଳ ଓଡିଶାରେ ତାତି କମିଥିଲେ ମଧ୍ୟ ପଶ୍ଚିମ ଓଡିଶାରେ ହିଟ ୱେଭ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ | ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୨.୪ଡିଗ୍ରୀ ଥିଲା ତାପମାତ୍ରା | ଆସନ୍ତା ୧୪ ତାରିଖରୁ ତାତି କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି | ଆଜି ୭ଟି ଜିଲ୍ଲା ପାଇଁ ବଜ୍ରାଘାତ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ | ନୂଆପଡା,ବଲାଙ୍ଗୀର,କନ୍ଧମାଳ,ରାୟଗଡା,ଗଜପତି,ଗଂଜାମ ଓ ନୟାଗଡ଼ରେ ବଜ୍ରାଘାତ ସମ୍ଭାବନା ରହିଛି | ଅପରାହ୍ନ ୩.୧୫ ରୁ ୭.୧୫ ଯାଏଁ ସତର୍କ ରହିବାକୁ ସୂଚନା ଦିଆଯାଇଛି |