ଏସିଆ ମହାଦେଶକୁ ଫେରିଲାଣି କୋଭିଡ, ପୁରା ଆଲର୍ଟରେ ରହିବାକୁ ନିର୍ଦ୍ଦେଶ- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | May 17, 2025 IST

ଭୁବନେଶ୍ୱର ୧୭।୦୫ : ପୁଣି କଡ଼ ଲେଉଟାଲାଣି କରୋନି । ଏସିଆ ମହାଦେଶକୁ ଫେରିଲା କୋଭିଡ । ଥାଇଲାଣ୍ଡ, ହଂକଂ, ସିଙ୍ଗାପୁରରେ କରୋନା କେଶ୍‌ ବଢିବାରେ ଲାଗିଛି । ବର୍ଷର ସର୍ବାଧିକ ସଂକ୍ରମଣ ମାମଲା ହଂକଂରୁ ରିପୋର୍ଟ ହୋଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । 


ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ସଂପର୍କରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଆଲୋଚନା କରିଛି । ସେମାନେ କୌଣସି କେସ୍‌ ରିପୋର୍ଟ କରିନାହାନ୍ତି । କେନ୍ଦ୍ର ସରକାରଙ୍କ ସହ ବି ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର । ପୁରା ଆଲର୍ଟରେ ରହିବାକୁ କୁହାଯାଇଛି । କାରଣ ସିଙ୍ଗାପୁର, ଥାଇଲାଣ୍ଡ ଓ ହଂକଂରେ କେଶ ବଢିବା ସହ ମୃତ୍ୟୁ ଖବର ବି ଆସିଛି । ଏହାନୂଆ ଭାରିଆଣ୍ଟ ନହୋଇଥିଲେ ବି ଶରୀରରୁ ପ୍ରତିଷେଧକ ବା ଆଣ୍ଟିବଡି କମିବାରୁ ଏହି ସଂକ୍ରମଣ ହୋଇଥିବା କୁହାଯାଉଛି । ଓଡ଼ିଶାର ସବୁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ମେଡିକାଲ କଲେଜରେ ଟେଷ୍ଟିଂ ଚାଲିଛି। ବହୁ ଦିନରୁ ପଜିଟିଭ କେଶ କିଛି ଆସିନି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.