ଭୁବନେଶ୍ବର ୩/୯: ଚାକିରୀ ଦେବା ବାହାନାରେ ଛତିଶଗଡ଼ର ଜଣେ ଯୁବତୀଙ୍କୁ କଟକ ଭୁବନେଶ୍ବରରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଅଭିଯୋଗ ଆଧାରରେ ସତ୍ୟ ମାଇକ୍ରୋ କ୍ୟାପିଟାଲ ମୁଖ୍ୟ ଜୟ କୁମାରକୁ ପୋଲିସ୍ ଗିରଫ କରିଛି ।
{"id":152469}ସୂଚନାଯୋଗ୍ୟ ଯେ ସତ୍ୟ ମାଇକ୍ରୋ ଫାଇନାନ୍ସ କମ୍ପାନୀର ବିଭିନ୍ନ ପଦବୀ ପାଇଁ ବିଜ୍ଞାପନ ବାହାରିଥିଲା । ବିଜ୍ଞାପନ ଦେଖି ସାକ୍ଷାତକାର ପାଇଁ ଛତିଶଗଡ଼ର ଜଣେ ଯୁବତୀ ଭୁବନେଶ୍ବର ଆସିଥିଲେ । ଭୁବନେଶ୍ବର ଉପକଣ୍ଠ ଧଉଳିଠାରେ ତାଙ୍କର ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯୁବତୀ ଜଣକ କଟକ ରୋଡ଼ର ଏକ ହୋଟେଲରେ ରହୁଥିଲେ। ସାକ୍ଷାତକାର ପରୀକ୍ଷା ପରେ ସେଠାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି।
{"id":152440}ଅଭିଯୋଗପରେ ଲକ୍ଷ୍ମୀସାଗର ପୋଲିସ୍ ଏକ ମାମଲା ରୁଜୁ କରିବା ସହ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇଥିଲା। ଏଥିସହ ଘଟଣାର ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ସତ୍ୟ ମାଇକ୍ରୋ କ୍ୟାପିଟାଲ ମୁଖ୍ୟ ଜୟ କୁମାରକୁ ଗିରଫ କରି କୋର୍ଟ ଚାଲାଣ କରିଛି ଭୁବନେଶ୍ବରର ଲକ୍ଷ୍ମୀସାଗର ପୋଲିସ୍।
{"id":152473}