ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ପାଇଁ ବଢିଲା ଅଡୁଆ, ସିବିଆଇ ରେଡ୍‌ ବିରୋଧରେ ଆବେଦନ ଖାରଜ

Published By : Prameya-News7 Bureau | June 20, 2025 IST

କଟକ ୨୦।୬: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ପାଇଁ ବଢିଲା ଅଡୁଆ । ହାଇକୋର୍ଟରେ ବିଷ୍ଣୁପଦଙ୍କ ଆବେଦନ ଖାରଜ ହୋଇଛି । ଓଡ଼ିଶା ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନର ୧୦ ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗ ମାମଲାରେ ବିଷ୍ଣୁପଦଙ୍କ ଘରେ ସିବିଆଇ ରେଡ୍ କରିଥିଲା । ସିବିଆଇ ଚଢ଼ାଉକୁ ବିରୋଧ କରି ହାଇକୋର୍ଟ ଯାଇଥିଲେ ବିଷ୍ଣୁପଦ । ପ୍ରାରମ୍ଭିକ ଶୁଣାଣିରେ କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ ହାଇକୋର୍ଟ । ଏବେ ଏହି ଅନ୍ତରୀଣ ଅଙ୍କୁଶକୁ ହାଇକୋର୍ଟ ହଟାଇ ଦେଇଛନ୍ତି । ଅନ୍ତରୀଣ ଅଙ୍କୁଶ ହଟିଥିବାରୁ ଓଡ଼ିଶା ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ ଲାଞ୍ଚ ଅଭିଯୋଗ ମାମଲାରେ ବିଷ୍ଣୁପଦଙ୍କ ଗିରଫ ସମ୍ଭାବନା ବଢ଼ିଛି ବୋଲି କୁହାଯାଉଛି ।

ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି, ୭ ତାରିଖକୁ ଘୁଞ୍ଚିଲା ଶୁଣାଣି

ସୂଚନାଯୋଗ୍ୟ ଯେ, ବ୍ରିଜ୍‌‌ ଆଣ୍ଡ ରୁଫ୍‌‌ କର୍ପୋରେସନ‌ ଲିମିଟେଡ୍‌‌ ପାଇଁ ଏକ ବିଲ୍‌ ପାସ୍‌ କରିବାକୁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ନେଇ ସିବିଆଇ ପକ୍ଷରୁ ମାମଲା ହୋଇଥିଲା। ସିବିଆଇ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ଉ ମଧ୍ୟ କରିଥିଲା । FIRରେ ନାଁ ନଥିଲେ ମଧ୍ୟ ସିବିଆଇର ଏପରି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଷ୍ଣୁପଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସିବିଆଇର ବେଆଇନ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇବା ପାଇଁ ପ୍ରାର୍ଥନା କରିଥିଲେ ।

ତେବେ ଗତ ଫେବ୍ରୁଆରୀ ମାସରେ ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେସନ ଲିମିଟେଡ୍‌ ଲାଞ୍ଚ ମାମଲାରେ ସିବିଆଇ ପକ୍ଷରୁ ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ଉ କରାଯାଇଥିଲା। ସିବିଆଇର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ ବିଷ୍ଣୁପଦ ସେଠୀ । ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରେ ବିଚାରପତି ଏସ‌.କେ. ପାଣିଗ୍ରାହୀ ମାମଲାର ଶୁଣାଣି କରିଥିଲେ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବିଷ୍ଣୁପଦଙ୍କ ବିରୋଧରେ ସିବିଆଇ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ପୂର୍ବରୁ ଅନ୍ତରୀଣ ସୁରକ୍ଷା ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

You Can Read:

ଓଏମ୍‌ସି ପକ୍ଷରୁ ବିଶ୍ଵ ସିକଲସେଲ୍ ଆନେମିଆ ନିରାକରଣ ସଚେତନତା ଅଭିଯାନ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.