ରାଜଧାନୀରେ ହତ୍ୟାକାଣ୍ଡ, ପୂର୍ବଶତ୍ରୁତାରୁ ଗଡିଲା ମୁଣ୍ଡ

Published By : Prameya-News7 Bureau | May 03, 2023 IST

ଭୁବନେଶ୍ୱର ୦୩।୦୫ : ରାଜଧାନୀରେ ହତ୍ୟାକାଣ୍ଡ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ । ଏବେ ଯାଏଁ ମିଳିନି ମୃତକଙ୍କ ପରିଚୟ ।

ଖବର ଅନୁଯାୟୀ, ଖଣ୍ଡଗିରି ଥାନା ବାହାଦଲପୁରରେ ହତ୍ୟାକାଣ୍ଡ ଘଟିଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡ ନେଇ ଖଣ୍ଡଗିରି ଥାନା ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ତେବେ ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । କେଉଁ କାରଣରୁ ପୂର୍ବ ଶତ୍ରୁତା ଲାଗି ରହିଥିଲା । ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.