ନବବିବାହିତ ମହିଳାଙ୍କୁ ହତ୍ୟା ! କିଛି ଦିନ ତଳେ କରିଥିଲେ ଲଭ୍‌ ମ୍ୟାରେଜ୍‌

Published By : Prameya-News7 Bureau | May 08, 2022 IST

ଭୁବନେଶ୍ୱର ୦୮।୦୫: ରାଜଧାନୀରେ ନବବଧୂଙ୍କୁ ହତ୍ୟା । ଏପରି ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର ଲୋକେ । ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଘଟିଛି ଏପରି କିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରେ ରହୁଥିଲେ ସ୍ୱାମୀ-ସ୍ତ୍ରୀ । ହଠାତ୍‌ ଶନିବାର ଦିନ କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା । ଦେଖୁ ଦେଖୁ ପାଟିତୁଣ୍ଡ ଗଣ୍ଡଗୋଳରେ ପରିଣତ ହୋଇଥିଲା । ପରେ ରବିବାର ଦିନ ସକାଳ ସମୟରେ ମହିଳାଙ୍କ ମୃତଦେହ ମିଳିଥିଲା । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସେପଟେ ହତ୍ୟା ଘଟଣାରେ ଖୋଳତାଡ଼ କରି ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖିଛି । ଏହା ହତ୍ୟା ନା ଆତ୍ମହତ୍ୟା ନା ଆଉ କିଛି । ସେ ବିଷୟରେ ସବିଶେଷ ତଥ୍ୟ ହାସଲ କରୁଛି ପୋଲିସ । ହତ୍ୟା ପଛର ଖିଅ ଖୋଜୁଛି ପୋଲିସ । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ବୋଲି ପୋଲି ସୂଚନା ମିଳିଛି ।

ତେବେ ମିଳିଥିବା ସୂଚନାଅନୁସାରେ, ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ର ଏହା ଥିଲା ପ୍ରେମ ବିବାହ ।  କିଛି ଦିନ ତଳେ ସେହି ଝିଅକୁ ଭଲ ପାଇ ଗଞ୍ଜାମରୁ ଉଠାଇ ଆଣିଥିଲେ ଯୁବକ । ଏହା ପରେ ଉଭୟ ବିବାହ କରି ସ୍ୱାମୀ-ସ୍ତ୍ରୀ ଭାବେ ରହିଥିଲେ । ହେଲେ ଏବେ ମହିଳାଙ୍କ ମୃତ୍ୟୁ ହେଲା କିପରି । ତାକୁ ନେଇ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.