ଦନ୍ତା ଆକ୍ରମଣରେ ଦୁଇ ମୃତ, ଶୌଚ ପାଇଁ ଯାଇଥିବାବେଳେ କଚାଡି ମାରିଲା
21/01/2023 at 8:45 AM

କାମାକ୍ଷାନଗର ୨୧/୦୧: ଦନ୍ତା ଆକ୍ରମଣରେ ଦୁଇ ମୃତ । ମୃତକ ହେଲେ ଖାଲପାଳ ଗ୍ରାମର ଅଲେଖ ନାୟକ ଓ ଗଣ୍ଡତୈଲା ସାହିର ବାରି ନାୟକ । ଅଲେଖ ବାଡିପଛପାଖକୁ ଶୌଚପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା ।
ସେହିପରି ବାରି ନାୟକ ମଧ୍ୟ ଶୌଚପାଇଁ ଯାଇଥିବାବେଳେ ସେହି ଦନ୍ତା ଆକ୍ରମଣ କରିଥିଲା । ସେପଟେ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଥାଉକି, ଗତ କିଛିଦିନ ହେବ ସହର ମଝିରେ ହାତୀ ବୁଲୁଥିବା ନେଇ ଭାଇରାଲ ହୋଇଥିଲା ଭଡିଓ । ଏପରିକି ଘର ଘର ବୁଲୁଥିଲା ଦନ୍ତା । ଫଳରେ ଲୋକେ ଆତଙ୍କିତ ହୋଇପଡିଥିଲେ । ଏବେ ହାତୀ ଦୁଇ ଜଣଙ୍କ ଜୀବନ ନେବା ପରେ ପରିସ୍ଥିତି ଭୟଙ୍କର ହୋଇପଡିଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023