ରାଜୀବ୍‌ଙ୍କ ଠାରୁ ଛାଡପତ୍ର ନେବେ ଚାରୁ, କହିଲେ-ଭୁଲ୍‌ ହେଇଗଲା ସେକେଣ୍ଡ ଚାନ୍ସ ଦେଇ

Published By : Prameya-News7 Bureau | October 26, 2022 IST

ମୁମ୍ଵାଇ ୨୬।୧୦: ଚାରୁ ଆସୋପା ଏବଂ ରାଜୀବ ସେନ୍ ସେମାନଙ୍କର ପର୍ସନାଲ ଲାଇଫ୍‌ ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ଅତୀତରେ ଉଭୟ ନିଜ ବିବାହକୁ ଦ୍ୱିତୀୟ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏବେ ପୁଣି ଦୁହିଁଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। କେବଳ ଏତିକି ନୁହେଁ ଉଭୟଙ୍କ ସମ୍ପର୍କ ପୁଣି ଥରେ ଭାଙ୍ଗିବାର ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ଚାରୁ ସ୍ପଷ୍ଟ କରି କହିଛନ୍ତି ଯେ ସେମାନେ ଛାଡପତ୍ର ହେବାକୁ ଯାଉଛନ୍ତି। ଯାହା ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଚାରୁ କହିଛନ୍ତି ଯେ ବିବାହ ପରେ ସେମାନଙ୍କ ମଧ୍ୟରେ ଲଗାତାର ଝଗଡା ଲାଗି ରହିଛି। କେବଳ ଏତିକି ନୁହେଁ, ରାଜୀବ ତାଙ୍କୁ ବ୍ଲକ୍‌ ମଧ୍ୟ କରି ଦେଇଥିଲେ । ଲକ୍‌ ଡାଉନ୍‌ ପରେ ତିନି ମାସ ପାଇଁ ରାଜୀବ ଚାରୁଙ୍କୁ ଛାଡିକି ପଳାଇଥିଲେ । ସେମାନେ ଅନେକ ଜିନିଷ ଉପରେ ଝଗଡା କରୁଥିଲେ। ଯାହାକୁ ସେ ବହୁତ ଠିକ୍ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାହା ହୋଇପାରିଲା ନାହିଁ । ETimes କୁ ଦେଇଥିବା ଏକ ସାକ୍ଷାତକାରରେ ଚାରୁ କହିଛନ୍ତି, 'ରାଜୀବ ଖୁବ୍ ଶୀଘ୍ର ରାଗିଯାଆନ୍ତି। ଗାଳି କରିବା ସହ ଥରେ କି ଦୁଇଥର ମୋ ଉପରେ ହାତ ବି ଉଠାଇଛନ୍ତି। ସେ ମୋତେ ସନ୍ଦେହ କରି କହୁଛନ୍ତି ଯେ ମୁଁ ତାଙ୍କୁ ଧୋକ୍କା ଦେଉଛି।

ଏଥିପାଇଁ ଚାରୁ ବହୁତ ଦୁଃଖିତ ଯେ ସେ ତାଙ୍କ ବିବାହକୁ ଦ୍ୱିତୀୟ ସୁଯୋଗ ଦେବାକୁ ଚିନ୍ତା କରିଥିଲେ। ସେ ଶୀଘ୍ର ଛାଡପତ୍ର ପ୍ରକ୍ରିୟା ଆରମ୍ଭ କରିବେ। ଏହ ସହ ଚାରୁ କୁହିଛନ୍ତି କି, 'ଏହା ଏକ ବଡ ଭୁଲ ଥିଲା । କାହିଁକି ନା ଏହା ଜିଆନା ପାଇଁ ଟକ୍ସିକ ହେବ। ଯେତେବେଳେ ମୁଁ ମୋ ପରିବାରକୁ ଏହା ବିଷୟରେ କହିଲି, ସେମାନେ କହିଥିଲେ ଯେ ମୁଁ ଅଲଗା ହୋଇ ଠିକ୍ କରୁଛି। ଯେତେବେଳେ ମୁଁ ମୁମ୍ବାଇକୁ ଫେରିବି, ମୁଁ ସିଧା ସେଠାକୁ ଯାଇ ଛାଡପତ୍ର ପ୍ରକ୍ରିୟା ଆରମ୍ଭ କରିବି । ଆଶାକରେ ଏଥିରେ ସହମତ ହୋଇ ରାଜି ହୋଇଯିବେ। ମୁଁ ଏହି ବିବାହକୁ ଆଉ ଟାଣିବାକୁ ଚାହେଁ ନାହିଁ । କାହିଁକି ନା ତିନି ବର୍ଷ ନଷ୍ଟ କରିସାରିଛି। ଅନ୍ୟପକ୍ଷରେ ରାଜୀବ କହିଛନ୍ତି ଯେ ଏଭଳି ଅଭିଯୋଗ ଅଳିଆ ଅଟେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.