ହୃଦୟ ଜିତିଲେ ହାର୍ଦ୍ଦିକ, କହିଲେ – ଧୋନିଙ୍କ ଠାରୁ ପରାସ୍ତ ହୋଇ କୌଣସି ଦୁଃଖ ନାହିଁ...

Published By : Prameya-News7 Bureau | May 30, 2023 IST

ଅହମ୍ମଦାବାଦ ୩୦।୦୫ : ମ୍ୟାଚ୍‌ ହାରିଲେ , କିନ୍ତୁ ଫ୍ୟାନ୍ସ ମନ ଜିଣିଲେ । ଚେନ୍ନାଇ ସୁପର କିଙ୍ଗସ୍‌ ବିରୋଧରେ ଆଇପିଏଲ୍‌ ଫାଇନାଲରେ ପରାସ୍ତ ହୋଇଛି ଗୁଜରାଟ ଟାଇଟନ୍ସ । ଆଇପିଏଲ୍‌ ଇତିହାସରେ ୨ଥର ଟ୍ରଫି ଜିତିବା ସ୍ୱପ୍ନ ଭାଙ୍ଗି ଚୁର୍‌ମାର ହୋଇଛି । ପୂର୍ବ ବର୍ଷର ଚମ୍ପିଆନ୍‌ ଟିମ୍‌ ଏଥର ଫାଇନାଲ ମ୍ୟାଚ୍‌ରେ ପରାସ୍ତ ହୋଇଛି ।

wp:embed {"url":"https://www.prameyanews7.com/dhoni-took-ipl-trophy-with-ravindra-jadeja-and-ambati-rayudu/","type":"wp-embed","providerNameSlug":"prameya-news-7"}
https://www.prameyanews7.com/dhoni-took-ipl-trophy-with-ravindra-jadeja-and-ambati-rayudu/
/wp:embed

ତେବେ ମ୍ୟାଚ୍‌ ଶେଷରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ହାର୍ଦ୍ଦିକ ପାଣ୍ଡ୍ୟା ଯାହା କହିଥିଲେ କି, ଗୋଟେ ଟିମ୍‌ ହିସାବରେ ଆମେ ଯେତିବି ପ୍ରଦର୍ଶନ କରିବା କଥା , ତାଠାରୁ ଅଧିକ କରିଛୁ । ପୁରା ଟିମ୍‌ ଉପରେ ମୋର ଗର୍ବ । ଯେଉଁଭଳି ଭାବେ ଆମେ ପୁରା ଟୁର୍ଣ୍ଣାମେଣ୍ଟରେ ଫାଇଟ୍‌ ବ୍ୟାକ୍‌ କରିଛୁ । ତାହା ଆମ ପାଇଁ ବେଶ୍‌ ଗର୍ବର ସମୟ । ଆମେ କୌଣସି ବାହାର କରିବାକୁ ନାହିଁ । ଚେନ୍ନାଇ ଟିମ୍‌ ଆମ ଠାରୁ ଉଚ୍ଚତର ଖେଳ ପ୍ରଦର୍ଶନ କରିଛି । ଆମେ ବ୍ୟାଟର ମାନେ ବି ଭଲ ଖେଳ ଦେଖାଇଥିଲେ ।

wp:embed {"url":"https://www.prameyanews7.com/chennai-super-kings-won-by-5-wkts-dls-method/","type":"wp-embed","providerNameSlug":"prameya-news-7"}
https://www.prameyanews7.com/chennai-super-kings-won-by-5-wkts-dls-method/
/wp:embed

ସେହିପରି ଧୋନିଙ୍କ ନେଇ ହାର୍ଦ୍ଦିକ କହିଥିଲେ ଯେ, ମୁଁ ତାଙ୍କ ପାଇଁ ବହୁତ ଖୁସି ଅନୁଭବ କରୁଛି । ହୁଏତ ତାଙ୍କ ପାଇଁ ବିଧିର ବିଧାନରେ ଏହାହି ଲେଖାଥିଲା । ମୁଁ ତାଙ୍କ ଠାରୁ ହାରି କୌଣସି ଦୁଃଖ ନାହିଁ । ଏପିରିକି ତାଙ୍କ ବିରୋଧରେ ଖେଳି ମୁଁ ହାରିବାକୁ ବି ଗର୍ବର ସହ ସ୍ୱୀକାର କରିବା । ସବୁ ବେଳେ ଭଲ ଲୋକଙ୍କ ସହିତ ଭଲ ହୋଇଥାଏ । ଧୋନି ଭାଇ ସେମାନଙ୍କ ମଧ୍ୟରୁ ଅନ୍ୟତମ ।

You Can Read :  

wp:embed {"url":"https://www.prameyanews7.com/bus-durghatana-in-jammu/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bus-durghatana-in-jammu/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.