ଦୁଇଟି ଗୁଳି ଖାଇ ପୋଲିସ କବଜାରେ ହାର୍ଡକୋର କ୍ରିମିନାଲ ବାବଲୁ ମହାନନ୍ଦ, ଖସିଗଲା ଆଉ ଜଣେ

Published By : Prameya-News7 Bureau | January 27, 2019 IST

ଟିଟଲାଗଡ ୨୭|୧: ବଲାଙ୍ଗିର ପୋଲିସକୁ ସଫଳତା । ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ବାବଲୁ ମହାନନ୍ଦ । ପୋଲିସ ଗୁଳିରେ ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛି ସେ । ସେପଟେ ଏହି ଦୁର୍ଦ୍ଦାନ୍ତ ଡକାୟତର ଅନ୍ୟ ଜଣେ ସହଯୋଗୀ ପୋଲିସକୁ ଚକ୍‌ମା ଦେଇ ଫେରାର ହୋଇଯାଇଛି । ତେବେ କେମିତି ଜାଲ ବିଛାଇଲା ପୋଲିସ ଆଉ କେମିତି ଧରା ହେଲା ବାବଲୁ ଚାଲନ୍ତୁ ଜାଣିବା ।

{"id":78709}

ବଲାଙ୍ଗିର ପୋଲିସ ଜାଲରେ ଦୁର୍ଦ୍ଦାନ୍ତ ଡକାୟତ ବାବଲୁ ମହାନନ୍ଦ । ମାରପିଟ, ଟେଣ୍ଡର ଫିକ୍ସିଂ, ଲୁଟପାଟ, ଡକାୟତି, କଥା କଥାକେ ଗୁଳି ଫୁଟାଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଥିଲା ବାବଲୁ । ତେବେ ପୋଲିସ ଗୁଳିରେ ଆହତ ଏହି ଦୁର୍ଦ୍ଦାନ୍ତ ଡକାୟତ ଏବେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି । ତାର ଆଣ୍ଠୁ ଓ ପାଦରେ ବାଜିଛି ଗୁଳି । ସେପଟେ ବାବଲୁ ଅନ୍ୟ ଜଣେ ସହଯୋଗୀ ପୋଲିସକୁ ଚକମା ଦେଇ ଫେରାର ମାରିବାରେ ସଫଳ ହୋଇଛି। ବିଭିନ୍ନ ଥାନରେ ୧୦ରୁ ଅଧିକ ମାମଲା ରହିଛି କୁଖ୍ୟାତ ଅପରାଧୀ ବାବଲୁ ନାଁରେ । ବାବଲୁ ନାଁରେ ସଇଁନ୍ତଳା ଭାଟି କର୍ମଚାରୀଙ୍କୁ ଗୁଳି ମାରି ଲୁଟ, ଟିଟିଲାଗଡ ୟୁଜିବି ବ୍ୟାଙ୍କ ଲୁଟ୍, ତୁଷୁରା ବ୍ୟାଙ୍କରୁ ଟଙ୍କା ଯାଉଥିବା ଭ୍ୟାନରୁ ଲୁଟ ଆଦି ଅନେକ ଘଟଣାର ଲିଙ୍କ୍ ଖୋଜୁଛି ପୋଲିସ ।

{"id":78710}

ଗତକାଲି ସଂଧ୍ୟା ସମୟରେ ପୋଲିସର ଏକ ସ୍ବତନ୍ତ୍ର ସ୍କାର୍ଡ ସଇଁନ୍ତଳା-ଟିଟିଲାଗଡ ରାସ୍ତାର ଗୋଲଭାଡି ଛକରେ ବାବଲୁକୁ କାବୁ କରିବା ପାଇଁ ଜାଲ ବିଛାଇ ଛକି ରହିଥିଲା । ହିରୋହୋଣ୍ଡା ସ୍ପେଲଣ୍ଡର ଗାଡିରେ ଜଣେ ସହଯୋଗୀ ସହ ବାବଲୁ ଟିଟିଲାଗଡ ପଟୁ ଆସୁଥିଲା । ପୋଲିସକୁ ଦେଖି ସଇଁନ୍ତଳା ଗୋଳାବାରୁଦ କାରଖାନାକୁ ଅଣ୍ଡର ବ୍ରିଜ ଦେଇ ଖସିଯିବାକୁ ଉଦ୍ୟମ କରିବା ସହ ଗାଡିରୁ ତଳେ ପଡିଯାଇଥିଲା ଏହି ମୋଷ୍ଟ ଓ୍ବାଣ୍ଟେଡ କ୍ରିମିନାଲ । ଏପରିକି ପୋଲିସ ଉପରକୁ ଏକ ରାଉଣ୍ଡ ଗୁଳି ବି ଫୁଟାଇଥିଲା । ସେପଟେ ପୋଲିସର ସ୍ବତନ୍ତ୍ର ସ୍କାର୍ଡ ବି ବାବଲୁ ଉପରକୁ ୨ରାଉଣ୍ଡ ଗୁଳି ଚଳାଇଥିଲା ।

{"id":78711,"align":"center","width":420,"height":560}

ପୋଲିସର ସ୍ବତନ୍ତ୍ର ସ୍କାର୍ଡ ବାବଲୁର ଅନ୍ୟ ଜଣେ ସହଯୋଗୀକୁ ଖୋଜିବା ସହ ବହୁ ବଡ ବଡ ଅପରାଧର ଲିଂକ ଖୋଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.