ସୁପରଷ୍ଟାର ଅଲ୍ଲୁ ଅର୍ଜୁନ-ରାମ ଚରଣଙ୍କ ସମ୍ପର୍କୀୟ ଭାଇ ସାଇ ଧରମ ତେଜ, ଲଗାତାର ବକ୍ସ ଅଫିସ୍‌ରେ ଫ୍ଲପ୍ ହୋଇଥିଲା ୬ଟି ଫିଲ୍ମ

Published By : Prameya-News7 Bureau | October 15, 2024 IST

ମୁମ୍ଵାଇ ୧୫।୧୦: ସାଇ ଧରମ ତେଜ। ଟଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା । ତେଜ ବକ୍ସଅଫିସ୍‌ରେ ବହୁତ ହିଟ୍‌ ଫିଲ୍ମ ଦେଇଛନ୍ତି।୧୫ ଅକ୍ଟୋବର ୧୯୮୬ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ହେଉଛି ପଞ୍ଜା ସାଇ ଧରମ ତେଜ । ସେ ହାଇଦ୍ରାବାଦର ନାଳନ୍ଦା ସ୍କୁଲରୁ ତାଙ୍କର ପାଠପଢା ଶେଷ କରିଥିଲେ । ପରେ ସେଣ୍ଟ ମେରି କଲେଜରୁ ସ୍ନାତକ ହାସଲ କରିଥିଲେ। ସେ ୨୦୧୪ ମସିହାରେ ତେଲୁଗୁ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ସାଇ ଧରମ ତେଜ ତାଙ୍କର ପ୍ରଥମ ଚଳଚ୍ଚିତ୍ରରୁ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ହାସଲ କରିଥିଲେ । କିନ୍ତୁ ପ୍ରତ୍ୟେକ ଅଭିନେତାଙ୍କ ପରି ସାଇ ମଧ୍ୟ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଅନେକ ବିଫଳତାର ସ୍ୱାଦ ଚାଖିଥିଲେ।

ଚିରଞ୍ଜୀବୀ ଏବଂ ଅଲୁ ଅର୍ଜୁନଙ୍କ ସହ ବିଶେଷ ସମ୍ପର୍କ 

ସାଇ ଧରମ ତେଜ ଫିଲ୍ମ ପରିବାରରୁ ଆସିଛନ୍ତି। ତାଙ୍କ ମା ବିଜୟ ଦୁର୍ଗା ତେଲୁଗୁ ଚଳଚ୍ଚିତ୍ର ସୁପରଷ୍ଟାର ତଥା ରାଜନେତା ଚିରଞ୍ଜୀବୀଙ୍କ ଭଉଣୀ। ସୁପରଷ୍ଟାର ଅଲୁ ଅର୍ଜୁନ, ରାମ ଚରଣ, ଅଲୁ ସିରିଶ, ବରୁଣ ତେଜ ଏବଂ ନିହାରିକା କୋନିଡେଲା ତାଙ୍କର ସମ୍ପର୍କୀୟ। ସାଇ ଧରମ ତେଜଙ୍କ ସାନ ଭାଇ ବୈଷ୍ଣବ ତେଜ ମଧ୍ୟ ତେଲୁଗୁ ସିନେମାର ଜଣେ ଅଭିନେତା।

୨୦୧୪ରେ ତେଲୁଗୁ ଚଳଚ୍ଚିତ୍ରରୁ ଡେବ୍ୟୁ କରିଥିଲେ

ସାଇ ଧରମ ୨୦୧୪ ମସିହାରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ସେ ତେଲୁଗୁ ଚଳଚ୍ଚିତ୍ର 'ପିଲ୍ଲା ନିଭ୍ ଲେନି ଜୀବିଥାମ୍' ସହିତ ଡେବ୍ୟୁ କରିଥିଲେ। ଏହା ପୂର୍ବରୁ ୨୦୧୩ ରେ ରେ’ର ସୁଟିଂ ଶେଷ କରିଥିଲେ। କିନ୍ତୁ କିଛି କାରଣରୁ ଏହି ଚଳଚ୍ଚିତ୍ର ୨୦୧୫ରେ ମୁକ୍ତିଲାଭ କରିଥିଲା। ଏହା ପରେ ସାଇ ଧରମ ଆଉ ପଛକୁ ଚାହିଁ ନଥିଲେ ଏବଂ ସୁବ୍ରମଣ୍ୟମ୍ ଫର୍‌ ସେଲ୍‌ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ । ଯାହା ବକ୍ସ ଅଫିସରେ ଏକ ସଫଳତା ଆଣିଥିଲା।

କ୍ରମାଗତ ୬ ଟି ଚଳଚ୍ଚିତ୍ର ଫ୍ଲପ୍ ହୋଇଥିଲା

ସାଇ ତାଙ୍କର ପ୍ରଥମ ଚଳଚ୍ଚିତ୍ର ସହିତ ସଫଳତାର ଶିଖରକୁ ଛୁଇଁଥିଲେ, ହେଲେ ତାଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା। ଯେତେବେଳେ ତାଙ୍କ ଚଳଚ୍ଚିତ୍ର କ୍ରମାଗତ ଭାବରେ ବକ୍ସ ଅଫିସରେ ଫ୍ଲପ୍ ହେଉଥିଲା। ତାଙ୍କର ୨୦୧୬ ଚଳଚ୍ଚିତ୍ର ଥିକ୍, ୨୦୧୭ ର ୱିନର, ନକ୍ଷତ୍ରମ ଏବଂ ଜୱାନ୍, ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା।  ୨୦୧୮ ରେ ମୁକ୍ତିଲାଭ କରିଥିବା ତାଙ୍କ ଚଳଚ୍ଚିତ୍ର ତେଜ୍-ଆଇ ଲଭ୍ ୟୁ ଏବଂ ଇଣ୍ଟେଲିଜେଣ୍ଟ୍ ମଧ୍ୟ ଫ୍ଲପ୍ ହୋଇଥିଲା। ତାଙ୍କର ୬ ଟି ଚଳଚ୍ଚିତ୍ର ବକ୍ସ ଅଫିସରେ ଅସଫଳ ହୋଇଥିଲା।

କରୋନା ମହାମାରୀ ସମୟରେ ଦେଖାଇଥିଲେ ଜଲୱା

ପରଦାରେ ଲଗାତାର ୬ଟି ଫ୍ଲପ୍ ଦେବା ପରେ ଅଭିନେତା ସାଇ ଧରମ ତେଜ ୨୦୧୯ ମସିହାରେ ଚିତ୍ରଲହରୀ ଚଳଚ୍ଚିତ୍ରରେ କାମ କରିଥିଲେ। ଏହି ଚଳଚ୍ଚିତ୍ରଟି ଅତୁଳନୀୟ ସଫଳତା ପାଇଲା । ୨୦୨୦ ମସିହାରେ, କରୋନା ମହାମାରୀ ମଧ୍ୟରେ ତାଙ୍କର ତେଲୁଗୁ ଚଳଚ୍ଚିତ୍ର ‘ସୋଲୋ ବ୍ରାଥୁକେ ସୋ ବେଟର’ ମୁକ୍ତିଲାଭ କରିଥିଲା । ୫୦ ପ୍ରତିଶତ ପ୍ରେକ୍ଷାଳୟ ଖୋଲା ଥିବା ସତ୍ତ୍ଵେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସଫଳତା ହାସଲ କରିଥିଲା । ଯେତେବେଳେ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଦେଇଥିବା ସାଇ ଧରମ ତେଜ ତାଙ୍କ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ, ସେତେବେଳେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ପାଇଁ ତାଙ୍କୁ ମେଲ୍‌ ଡେବ୍ୟୁ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.