ପ୍ରଥମ ଫିଲ୍ମରୁ ରାତାରାତି ଷ୍ଟାର, ପରେ ଇଣ୍ଡଷ୍ଟ୍ରୀ ଛାଡିବାକୁ ନେଇଥିଲେ ନିଷ୍ପତ୍ତି: ବର୍ଥଡେ ରେ ଜାଣନ୍ତୁ ଅକୁହା କଥା

Published By : Prameya-News7 Bureau | January 10, 2023 IST

ମୁମ୍ୱାଇ ୧୦/୦୧: ସଲମାନ ଖାନ, ଶାହରୁଖ ଖାନ ଏବଂ ଆମୀର ଖାନ ବଲିଉଡର ୩ ସୁପରଷ୍ଟାର । ତେବେ ଏହି ତିନି ନା ପରେ ଯଦି ବି-ଟାଉନରେ ଗୋଟିଏ ବଡ ନାକୁ ନେଇ ଚର୍ଚ୍ଚା ହୁଏ ସେ ହେଉଛନ୍ତି ହ୍ରିତିକ୍ ରୋଶନ । ଯାହାକୁ କୁହାଯାଏ ପରବର୍ତ୍ତୀ 'ସୁପରଷ୍ଟାର' କୁହାଯାଏ ।

ନିକଟରେ ରିଲିଜ୍ ହୋଇଥିଲା ହ୍ରିତିକଙ୍କ ଅଭିନୀତ ଚଳଚ୍ଚିତ୍ର 'ବିକ୍ରମ ବେଧା' । ବକ୍ସ ଅଫିସରେ ବଡ଼ ହିଟ୍ ହୋଇନଥିଲା ଏହି ଚଳଚ୍ଚିତ୍ର । ଏହାପୂର୍ବରୁ ହ୍ରିତିକଙ୍କ ଚଳଚ୍ଚିତ୍ର 'ଓ୍ୱାର' ରିଲିଜ ହୋଇଥିଲା । ଯାହା ବକ୍ସ ଅଫିସରେ କରିଥିଲେ ଧମାଲ୍ । ବହୁ ବର୍ଷ ପରେ ବି-ଟାଉନକୁ କମ୍‌ବ୍ୟାକ୍ କରିଥିଲେ ଏହି ଅଭିନେତା । କୁହାଯାଏ ନୂତନ ଶତାବ୍ଦୀରେ ଡେବ୍ୟୁ କରିଥିବା ହ୍ରିତିକ ପ୍ରଥମ ସୁପରଷ୍ଟାର । କାରଣ ଯେଉଁମାନେ ତାଙ୍କ ପରେ ଏଣ୍ଟ୍ରି କରିଛନ୍ତି, ସେମାନେ ତାଙ୍କ ଭଳି ଏତେ ସକସେସ୍ ପାଇନାହାଁନ୍ତି । ତାଙ୍କ ପୂର୍ବରୁ ଥିବା ସମସ୍ତ ସୁପରଷ୍ଟାର୍ ୯୦ ଦଶକ କିମ୍ବା ତା’ପୂର୍ବ ଅର୍ଥାତ୍ ଗତ ଶତାବ୍ଦୀର ଡେବ୍ୟୁ କରିବାକୁ ଯାଉଛନ୍ତି ।

୨୦୦୦ ମସିହାରୁ ଏକ ନୂତନ ଶତାବ୍ଦୀ ଆରମ୍ଭ ହୋଇଥିଲା । ଜାନୁଆରୀ ୧୦ରେ ହ୍ରିତିକ୍ ପାଲିଥିଲେ ତାଙ୍କ ଜନ୍ମଦିନ । ଏହାର ଠିକ୍ ୪ ଦିନ ପରେ ପରଦାକୁ ଆସିଥିଲା ତାଙ୍କ ଅବିନୀତ ଚଳଚ୍ଚିତ୍ର କହୋ ନା ପ୍ୟାର ହୈ । ଯାହା ଥିଲା ତାଙ୍କ ଡେବ୍ୟୁ ଚଳଚ୍ଚିତ୍ର । ହେଲେ ଫିଲ୍ମଟି ବକ୍ସ ଅଫିସରେ ଏତେ ହିଟ୍ ହୋଇଥିଲା ଯେ, ରାତାରାତି ପାଲଟିଥିଲେ ଷ୍ଟାର । ହାତ ପାହାନ୍ତାରେ ମିଳିଥିଲା ଷ୍ଟାରଡମ ।

୨୦୦୧ରେ ଏହି ଫିଲ୍ମ ୯ ଫିଲ୍ମଫେୟାର ପୁରସ୍କାର ପାଇଥିଲା । ଏଥିମଧ୍ୟରୁ କେବଳ ହ୍ରିତିକ ଦୁଇଟି ପାଇଥିଲେ ଦୁଇଟି ପୁରସ୍କାର । ଶ୍ରେଷ୍ଠ ମେଲ୍ ଡେବ୍ୟୁ ଏବଂ ଶ୍ରେଷ୍ଠ ଅଭିନେତା । ଏହାର କିଛି ଦିନ ପରେ ହ୍ରିତିକଙ୍କୁ ମିଳିଥିଲା ଅଫର ପରେ ଅଫର୍ । ଫିଜା, ମିଶନ କାଶ୍ମୀର ଭଳି ଫିଲ୍ମ ସବୁର ଚାଲିଥିାଏ ସୁଟିଂ । ଏହି ସମୟରେ ବାପା ରାକେଶ ରୋଶନଙ୍କ ଉପରେ ହୋଇଥିଲା ଆକ୍ରମଣ । ଏହା ଦେଖି ଅଭିନୟ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ହ୍ରିତିକ୍ । ସେ ଚିନ୍ତା କରିଥିଲେ ମୁଁ ଏଠି ଖୁସିରେ ଏନଜୟ କରୁଛି, କିନ୍ତୁ ମୋ ବାପା ହସ୍ପିଟାଲରେ ପଡିଛନ୍ତି । କିନ୍ତୁ ନିଜ ମନକୁ ଦମ୍ଭ କରି ସେ ଆଗକୁ ବଢିବାକୁ ନେଇଥିଲେ ନିଷ୍ପତ୍ତି । ଆଜି ସେ ୪୯ ବର୍ଷ ବୟସରେ ପାଦ ଥାପିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.