୧୬ ବର୍ଷରେ ଯୁବତୀଙ୍କ ଭଳି ଦେଖାଯାଉଥିଲେ ଏହି ଅଭିନେତ୍ରୀ, ଝିଅର ସୁନ୍ଦରତା ପାଇଁ ମା ଲଗାଇଥିଲେ ଇଞ୍ଜେକ୍ସନ !

Published By : Prameya-News7 Bureau | August 09, 2022 IST

ମୁମ୍ୱାଇ ୦୯/୦୮: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଅଭିନେତ୍ରୀ ହଂସିକା ମୋଟୱାନି ଆଜି ତାଙ୍କର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି । ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ହଂସିକା ମୋଟୱାନି । ଟିଭି ଶୋ 'ଶାକା ଲାକା ବୁମ୍ ବୁମ୍' ଥିଲା ତାଙ୍କ ଅଭିନୀତ ପ୍ରଥମ ସିରିଏଲ । ଯାହା ଥିଲା ଘରେ ଘରେ ବେଶ୍ ଫେମସ । ଶିଶୁ କଳାକାର ଭାବେ ହଂସିକାଙ୍କ ଅଭିନୟକୁ ଭଲ ପାଉଥିଲା ଲୋକେ । କିନ୍ତୁ ଏହା ପରେ ସେ ପରଦାରୁ ଅଦୃଶ୍ୟ ହୋଇଯାଇଥିଲେ ।
ମା' ହଂସିକାଙ୍କୁ ଦେଇଥିଲେ ଇଞ୍ଜେକ୍ସନ!
ହଂସିକା ମୋଟୱାନି ଦୀର୍ଘ ସମୟ ଧରି ଲାଇମଲାଇଟ୍ ଠାରୁ ଦୂରରେ ଥିଲେ । କିଛିଦିନ ପରେ ସେ ହଠାତ୍ ଲିଡ୍ ରୋଲରେ ନଜର ଆସିଥିଲେ । ଯାହିକି ଦର୍ଶକଙ୍କ ପାଇଁ ଥିଲା ବେଶ୍ ଆଶ୍ଚର୍ଯ୍ୟଜନକ । ହଂସିକା ମୋଟୱାନିଙ୍କଠାରେ ଖୁବ୍ କମ୍ ସମୟ ମଧ୍ୟରେ ଦର୍ଶକଙ୍କ ଦେଖିବାକୁ ପାଇଥିଲେ ଅନେକ ପରିବର୍ତ୍ତନ । ସେ ପୂର୍ବ ଅପେକ୍ଷା ଅଧିକ ପରିପକ୍ୱ ଏବଂ ସୁନ୍ଦର ଦେଖାଯାଉଥିଲେ । ଅବଶ୍ୟ, ଏହା ପଛର କାରଣ କିଛି ସମୟ ପରେ ସାମ୍ନାକୁ ଆସିଲା, ଯାହା ସମସ୍ତଙ୍କୁ ଦୋହଲାଇ ଦେଇଥିଲା ।

wp:html
/wp:html

୧୬ ବର୍ଷ ବୟସରେ ହଂସିକା କିପରି ହେଲେ ଏତେ ମ୍ୟାଚର?
୧୬ ବର୍ଷ ବୟସରେ ହଂସିକା ମୋଟୱାନି ଏତେ ପରିପକ୍ୱ ଦେଖାଯିବାର କାରଣ ହେଉଛି ତାଙ୍କ ମା ତାଙ୍କୁ ଦେଇଥିବା ହରମୋନ୍ ଇଞ୍ଜେକ୍ସନ୍ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହଂସିକାଙ୍କ ମା ତାଙ୍କ କ୍ୟାରିୟର ପ୍ରତି ଅତ୍ୟନ୍ତ ଗମ୍ଭୀର ଥିଲେ । ସେ ତାଙ୍କ ଝିଅକୁ ହରମୋନ୍ ଇଞ୍ଜେକ୍ସନ ଦେଇଥିଲେ । ଯାହା ଦ୍ୱାରା ସେ ହିମେଶ ରେଶମିଆଙ୍କ ଫିଲ୍ମ 'ଆପକା ସୁରୁର' ମାଧ୍ୟମରେ ଜଣେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିଥିଲେ ।
ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା ଚଳଚ୍ଚିତ୍ର :
ଅବଶ୍ୟ, ହଂସିକା ମୋଟୱାନୀଙ୍କୁ ଜଣେ ସଫଳ ତାରକା କରିବା ପାଇଁ ତାଙ୍କ ମାଙ୍କର ଉଦ୍ୟମ କାମ କରିନଥିଲା । କାରଣ ସେ ଲିଡ୍ ଆକ୍ଟ୍ରେସ ଭାବେ ଦର୍ଶକଙ୍କ ହୃଦୟରେ କରିପାରନିଥିଲେ ରାଜ୍ । 'ଆପକା ସୁରୁର' ପରେ ହଂସିକାଙ୍କୁ 'ମନି ହୈ ତୋ ହନି ହୈ' ଚଳଚ୍ଚିତ୍ରରେ ନଜର ଆସିଥିଲେ । ଯଦିଓ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବି ଫ୍ଲପ୍ ହୋଇଥିଲା । ଅନ୍ୟପକ୍ଷରେ କୁହାଯାଏ ଯେ ହଂସିକାଙ୍କ ପିତା ଏହି ସବୁ ଜିନିଷକୁ ପସନ୍ଦ କରୁଥିଲେ । ଏଥାପାଇଁ ସେ ରାଗିଯାଇ ଘର ଛାଡି ଚାଲି ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.