ହଂସିକାଙ୍କ ହାତରେ ଲାଗିଲା ସୋହେଲଙ୍କ ନାମର ମେହେନ୍ଦି, ସାମ୍ନାକୁ ଆସିଲା ଭିଡିଓ
3/12/2022 at 11:32 AM

ମୁମ୍ଵାଇ ୦୩।୧୨: ଅଭିନେତ୍ରୀ ହଂସିକା ମୋଟୱାନି ଖୁବ୍ ଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି। ଅଭିନେତ୍ରୀ ଦୀର୍ଘ ଦିନର ପ୍ରେମିକା ସୋହେଲ କଥୁରିଆଙ୍କ ସହ ସାତ ଫେରା ନେବେ। ଅବଶ୍ୟ ଉଭୟ ଏପର୍ଯ୍ୟନ୍ତ ସେମାନଙ୍କର ବିବାହ ତାରିଖ ଘୋଷଣା କରିନାହାଁନ୍ତି। କିନ୍ତୁ ବିବାହ ରୀତିନୀତି ଆରମ୍ଭ ହୋଇଛି। ନିକଟରେ ହଂସିକା ସୋହେଲଙ୍କ ନାମ ମେହେନ୍ଦି ତାଙ୍କ ହାତରେ ଲଗାଇଛନ୍ତି। ବର୍ତ୍ତମାନ ଏହି ମେହେନ୍ଦି ସମାରୋହର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୟପୁରରେ ହଂସିକାଙ୍କ ବିବାହ ଆୟୋଜନ କରାଯାଇଛି। ମେହେନ୍ଦୀ ଭିଡିଓରେ ହଂସିକା ଏବଂ ତାଙ୍କ ଭାବି ସ୍ୱାମୀ ସୋହେଲ ଏକାଠି ନଜର ଆସିଛନ୍ତି। ଉଭୟଙ୍କ ମୁହଁରେ ଖୁସି ଗୁଡିକ ନଜର ଆସୁଛି । ଗୋଟିଏ ଭିଡିଓରେ କପଲ ସୋଫାରେ ବସି ଡ୍ୟାନ୍ସ ଷ୍ଟେପ୍ କରୁଥିବା ବେଳେ ଦ୍ୱିତୀୟ ଭିଡିଓରେ ତାଙ୍କ ହାତରେ ମେହେନ୍ଦୀ ଲଗାଉଥିବାର ଦେଖିବାକୁ ମିଳିଛି।
କହିବାକୁ ଗଲେ, ତେବେ ହଂସିକା ଏବଂ ସୋହେଲ ଡିସେମ୍ବର ୪ ଅର୍ଥାତ୍ ରବିବାର ଦିନ ଜୟପୁରର ମୁଂଦୋତି ପ୍ୟାଲେସରେ ବିବାହ କରିବେ। ଡିସେମ୍ବର ୩ରେ କାର୍ଯ୍ୟକ୍ରମ କରାଯାଇଛି। ହଂସିକାଙ୍କ ପ୍ରଶଂସକମାନେ ତାଙ୍କୁ ବ୍ରାଇଡାଲ୍ ଲୁକ୍ରେ ଦେଖିବାକୁ ବହୁତ ଉତ୍ସାହିତ ଅଛନ୍ତି । କହିବାକୁ ଗଲେ ଦୁହେଁ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ। କିଛି ସମୟ ପୂର୍ବରୁ ସୋହେଲ ଆଇଫେଲ ଟାୱାର ସାମ୍ନାରେ ଅଭିନେତ୍ରୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହାର ଫଟୋ ହଂସିକା ନିଜେ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ସେବେଠାରୁ ଖବର ଆସିବାକୁ ଲାଗିଲା ଯେ ଖୁବ୍ ଶୀଘ୍ର ଉଭୟ ବିବାହ କରିବାକୁ ଯାଉଛନ୍ତି।