ଲଗାଣ ବର୍ଷା ପାଇଁ ଫୁଲୁଛି ବୈତରଣୀ ଓ ସାଳନ୍ଦୀ,ହଦଗଡ ଡ୍ୟାମରୁ ଛଡାଗଲା ପାଣି

Published By : Prameya-News7 Bureau | August 12, 2022 IST

ଭଦ୍ରକ ୧୨/୦୮: ଲଗାଣ ବର୍ଷା ପାଇଁ ବୈତରଣୀ ନଦୀ ଫୁଲୁଛି ଓ ସାଳନ୍ଦୀ ରିଜର୍ଭୟର ରେ ଜଳସ୍ଥର ବଢ଼ୁଥିବାରୁ ହଦଗଡ଼ ଡ୍ୟାମ ରୁ ପାଣି ଛଡ଼ାଯାଉଛି । ତେବେ ଉପର ମୁଣ୍ଡ ରେ ଲଗାଣ ବର୍ଷା ପାଇଁ ବୈତରଣୀ ନଦୀ ମଧ୍ୟ ଫୁଲିବା ରେ ଲାଗିଛି ।

ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ସକାଳ ୯ଟା ସୁଦ୍ଧା ଜଳ ସ୍ଥର ୧୭.୬୮ମିଟରରେ ପ୍ରବାହିତ ହେଉଛି । ସେହିପରି ସାଳନ୍ଦୀ ନଦୀରେ ମଧ୍ୟ ଜଳସ୍ଥର ବଢିବା ରେ ଲାଗିଛି ।

ସାଳନ୍ଦୀ ନଦୀର ହଦଗଡ଼ ଡ୍ୟାମ ରେ ଜଳସ୍ଥର ୭୮ମିଟର ରହିଛି ଓ ବର୍ଷା ଲଗାତାର ହେଉଥିବାରୁ ଜଳସ୍ଥର ବୃଦ୍ଧିକୁ ନଜରରେ ରଖି ଗତ କାଲିରୁ ସାଳନ୍ଦୀ ନଦୀ ର ହଦଗଡ଼ ଗେଟ ଖୋଲାଯାଇଛି ବୋଲି ବିଦ୍ୟାଧରପୁର କେନାଲ ଡିଭିଜନ ତରଫରୁ ଭଦ୍ରକ ଜିଲ୍ଲାପାଳ ଙ୍କୁ ଅବଗତ କରାଯାଇଛି । ତେବେ ହଦଗଡ଼ ଡ୍ୟାମ ର ଦୁଇଟି ଗେଟ ଖୋଲାଯାଇଥିବା ନେଇ ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.