କଳ୍ପତରୁ ଦାସ ଫାଉଣ୍ଡେସନ ଆନୁକୂଲ୍ୟରେ ଧର୍ମଶାଳାରେ ଗୁରୁଦିବସ ପାଳିତ
5/09/2022 at 11:31 PM

ଯାଜପୁର ୦୫/୦୯: କଳ୍ପତରୁ ଦାସ ଫାଉଣ୍ଡେସନ ଆନୁକୂଲ୍ୟରେ ଧର୍ମଶାଳାର ଜାରକା ଇଣ୍ଡୋର ଷ୍ଟାଡିୟମରେ ଗୁରୁଦିବସ ପାଳିତ ହୋଇଛି। ଏହି ଅବସରରେ ଏଠାରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଗୁରୁ ପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଛି।
ଏହି ଉତ୍ସବରେ ରାଜ୍ଯ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଗୁରୁଦିବସ ପାଳନର ମହତ୍ୱ ସମ୍ପର୍କରେ ବକ୍ତବ୍ଯ ଦେଇଥିଲେ। ଏଥିରେ ଗତ ମ୍ୟାଟ୍ରିକ ପରୀକ୍ଷାରେ ରାଜ୍ୟରେ ଏ-୧ ଗ୍ରେଡ୍ରେ ସବୁଠାରୁ ଅଧିକ ନମ୍ୱର ରଖିଥିବା ୩ଟି ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଛି।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023